ଉପକାରୀ ସେଓ ଚା’

0

ଫିଟ୍‌ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ ଟି ଏବଂ କଫି ପିଇବାରେ ବ୍ୟସ୍ତ । କିନ୍ତୁ ଜାଣନ୍ତି କିି ସେଓ ଚା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ? ଏହା କେବଳ ଓଜନ ନିୟନ୍ତ୍ରଣ କରେ ନାହିଁ ବରଂ ଶରୀରରେ ଥିବା ବିଭିନ୍ନ ପ୍ରକାର ରୋଗର ନିଦାନ ଏବଂ ନିୟନ୍ତ୍ରଣ ବି କରିଥାଏ । ସେଓରେ ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ରହିଥାଏ । ଉଚ୍ଚ ରକ୍ତଚାପ ଏବଂ ମଧୁମେହ ନିୟନ୍ତ୍ରଣ ପାଇଁ ଏଠାକାର ଲୋକେ ସେଓ ଚାକୁ ଅଗ୍ରାଧିକାର ଦେଇଥାନ୍ତି । ସେଓ ଚାରେ ଥିବା ଭିଟାମିନ ପ୍ରଭାବୀ ଉପାୟରେ ଓଜନ ନିୟନ୍ତ୍ରଣ କରି ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଏହାର ସେବନ ଦ୍ୱାରା ପାଚନ ତନ୍ତ୍ରରୁ ବିଷାକ୍ତ ପଦାର୍ଥ ସହଜରେ ନିଷ୍କାସିତ ହୋଇଥାଏ । ସେଓରେ ଥିବା ପ୍ରାକୃତିକ ଶର୍କରା ପରିମାଣକୁ ବଢ଼ିବାକୁ ଦିଏନାହିଁ । ଏଥିରେ କ୍ୟାଲୋରୀ ଆଦୌ ନଥାଏ । ତେଣୁ ପ୍ରତିଦିନ ଏହାକୁ ପିଇଲେ ଲାଭ ମିଳିଥାଏ ।

Leave A Reply

Your email address will not be published.