ପିମ୍ପୁଡି ନଥିବା ଆଇଲାଣ୍ଡ

0

ଦିଲ୍ଲୀ: ସେପ୍‌ଟେମ୍ବର ୪: ସାଧାରଣତ ପିମ୍ପୁଡି ପ୍ରାୟ ସବୁ ଜାଗାରେ ଦେଖିବାକୁ ମିଳନ୍ତି । ବିଶ୍ୱରେ ଭିନ୍ନ ପିମ୍ପୁଡି ରହିଛନ୍ତି । ଏକ ରିପୋର୍ଟ ଅନୁସାରେ, ୧୨ ହଜାରରୁ ଅଧିକ ପ୍ରଜାତିର ପିମ୍ପୁଡି ପୃଥିବୀରେ ଅଛନ୍ତି । ଏଥିରୁ ଅଧିକାଂଶ କଳା, ମାଟିଆ ଓ ଲାଲ୍‌ ହୋଇଥାଆନ୍ତି । ହେଲେ ଦୁନିଆର ଏଭଳି ଏକ ସ୍ଥାନ ଅଛି ଯେଉଁଠି ପିମ୍ପୁଡି ଦେଖିବାକୁ ମିଳନ୍ତି ନାହିଁ । ଗ୍ରୀନଲାଣ୍ଡ ହେଲା ବିଶ୍ୱର ସବୁଠାରୁ ବଡ ଆଇଲାଣ୍ଡ ମଧ୍ୟର ଗୋଟିଏ । ତେବେ ଏଠାରେ ଗୋଟିଏ ବି ପିମ୍ପୁଡି ଆପଣ ଦେଖିବାକୁ ପାଇବେ ନାହିଁ । ଏହା ପଛରେ କାରଣ ହେଲା ଏଠିକାର ତାପମାତ୍ରା । ପିମ୍ପୁଡିଙ୍କର ବିକାଶ ସହ ବଂଶ ବିସ୍ତାରରେ ତାପମାତ୍ରାର ପ୍ରଭାବ ଅଧିକ ରହିଥାଏ । ତେବେ ଗ୍ରୀନଲାଣ୍ଡର ତାପମାତ୍ରା ଅଧିକ ଥଣ୍ଡା ହୋଇଥାଏ ଯେଉଁ କାରଣରୁ ଏହି ତାପମାତ୍ରାରେ ପିମ୍ପୁଡି ବଞ୍ଚିବା କଷ୍ଟକର ହୋଇଥାଏ । ଏଠିକାର ଥଣ୍ଡା ଜଳବାୟୁ ପିମ୍ପୁଡିଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ସେମାନଙ୍କର ବିକାଶ ହୋଇପାରିନଥାଏ । ତେଣୁ ଏଠାରେ ପିମ୍ପୁଡି ବାସ କରନ୍ତି ନାହିଁ । ସେହିଭଳି ବୈଜ୍ଞାନିକଙ୍କ ମତରେ ଏଠାରେ ପିମ୍ପୁଡିଙ୍କର କୌଣସି ଫୁଡ୍‌ଚେନ୍‌ ମଧ୍ୟ ନାହିଁ ଯେଉଁ କାରଣରୁ ଏଠାରେ ପିମ୍ପୁଡି ବସବାସ କରନ୍ତି ନାହିଁ ।

Leave A Reply

Your email address will not be published.