୬ରେ ଓଡ଼ିଶା ଆସିବେ ଆନ୍ନା

0

ସମୟ ଲାଇଭ,୧/୧୧: ଆସନ୍ତା ୬ ତାରିଖରେ ଆନ୍ନା ହଜାରେ ଦିିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗଦେବା ଅବସରରେ ସେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। ବରମୁଣ୍ଡା ପଡ଼ିଆରେ ୩-ପି( ପ୍ରାଇସ୍‍, ପ୍ରେଷ୍ଟିଜ୍‍, ପେନସନ୍‍)କୁ ନେଇ ଏହି ବିଶାଳ ସମାବେଶ ଆୟୋଜନ କରାଯାଇଛି। ରାଜ୍ୟର ଅନେକ କୃଷକଙ୍କ କାଳିଆ ଟଙ୍କା ନମିଳିବା ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ନହେବା ଅଭିଯୋଗରେ ସାରା ରାଜ୍ୟର କୃଷକ ଏହିସମାବେଶରେ ଯୋଗ ଦେବେ ବୋଲି ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।
ତେବେ ଆନ୍ନା ବିମାନବନ୍ଦରରେ ପହଞ୍ଚିବା ପରେ ବରମୁଣ୍ଡାକୁ ଯିବେ ଓ ସମାବେଶରେ ଯୋଗ ଦେବେ।

Leave A Reply

Your email address will not be published.