ଆମ୍ବୁଲାନ୍ସରେ ପାସେଞ୍ଜର ବୋହି ୫ଜଣ ଅଟକ

ସମୟ ଲାଇଭ,୩/୪(ଉମା କଲ୍ୟାଣ ମହାପାତ୍ର) : ଆନ୍ଧ୍ରପ୍ରଦେଶରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ କୋଲକତା ଯାଇଥିଲା । କୋଲକାତାରୁ ଫେରିବା ସମୟରେ ଭଦ୍ରକର 16ନଂ ଜାତୀୟ ରାଜପଥର ସାହାପୁର ଛକ ନିକଟରେ ଏହି ଆମ୍ବୁଲାନ୍ସଟି ୩ ଜଣ ପାସେଞ୍ଜର ଉଠାଇଥିଲା । ଟାଉନ ପୋଲିସର ପେଟ୍ରୋଲିଂ ସମୟରେ ଏହି ଆମ୍ବୁଲାନ୍ସଟିକୁ ଅଟକାଇ ଥିଲା । ସମସ୍ତ ଯାଞ୍ଚ ପରେ ଏହି ଆମ୍ବୁଲାନ୍ସକୁ ଜବତ କରିଥିଲା ପୋଲିସ । ଏହି ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ଏଥିରେ ଥିବା ୩ ଜଣ ପାସେଞ୍ଜରଙ୍କୁ ଅଟକ ରଖିଛି ଟାଉନ ପୋଲିସ । ପ୍ରଥମରେ ଏହି ତିନିଜଣଙ୍କୁ କ୍ବାରେନଣ୍ଟାଇନ ରୁମକୁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.