ନିମାପଡା ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ

ସମୟ ଲାଇଭ,୧୮/୨: ସୋମବାର ସନ୍ଧ୍ୟାରେ ନିମାପଡା ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମାପଡା ଏସଡିପି ଓ ପ୍ରଦୀପ ଦଳାଇ,ଆଇଆଇସି ଜନାର୍ଦ୍ଦନ ପାଢ଼ୀ,ଶିକ୍ଷାବିତ୍ ଅମରେଶ ନନ୍ଦନ ସାହୁଙ୍କ ସମେତ ବଜାରର ବହୁ ବ୍ୟବସାୟୀ,ଅଟୋ, ବସ,ଟ୍ରକ୍ ସଂଘର କର୍ମକର୍ତ୍ତା,ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ପୁଲିସ ଓ ଜନତାଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ରହିବ ସେ ସଂପର୍କରେ ନିଜର ମତ ରଖିଥିଲେ । ଅପରାଧ ରୋକିବା ପାଇଁ ଜନସାଧାରଣ ପୁଲିସକୁ ସହଯୋଗ କରିବା,ଘରଭଡ଼ା ଦେବା ପୂର୍ବରୁ ଭଡ଼ା ନେଇଥିବା ବ୍ୟକ୍ତି ଠାରୁ ଆଧାର କାର୍ଡ ଓ ତାର ସଂପୂର୍ଣ୍ଣ ଠିକଣା ରଖିବା,ବଜାରର ବ୍ୟବସାୟୀ ମାନେ ମିଳିତ ହୋଇ ବଜାରର ଜନଗହଳିପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବା,ଟ୍ରାଫିକ ନିୟମକୁ ମାନିବା,ନିଜ ସୁରକ୍ଷା ପାଇଁ ବ୍ୟବସାୟୀ ମାନେ ସତର୍କ ରହିବା ପାଇଁ ଏସ ଡି ପି ଓ ଶ୍ରୀ ଦଳାଇ ଓ ଆଇଆଇସି ଶ୍ରୀ ପାଢ଼ୀ ସଚେତନ କରିଥିଲେ ।

Comments are closed.