ଘରେ ତିଆରି କରନ୍ତୁ ଆଲୋଭେରା ଜେଲ

ସମୟ ଲାଇଭ,୧୯/୧୦: ଆପଣ ଜାଣନ୍ତି ଆଲୋଭେରା ଜେଲ ତ୍ୱଚା ପାଇଁ କେତେ ଉପକାରୀ। ଯାହାକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ରହିଥାଏ। ଏହା ସହ ମୁହଁର ଡାର୍କ ସ୍ପଟ ମଧ୍ୟ ସଫା ହୋଇଯାଇଥାଏ।
ତେବେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍‍ ପରିବର୍ତ୍ତେ ଆପଣ ଆପଣଙ୍କ ହାତ ତିଆରି ଜେଲ ମଧ୍ୟ ବ୍ୟବହାର କରିପାରିବେ।
ପ୍ରସ୍ତୁତି ପ୍ରଣାଳୀ:
ଗୋଟିଏ ଆଲୋଭେରା ପତ୍ରକୁ ପାଣିରେ ଧୋଇ ଦୁଇ ପାର୍ଶ୍ବ କାଟନ୍ତୁ। ତା ପରେ ଆଲେଭେରାଟିକୁ କାଟି ଏହାର ରସକୁ ଚାମଚ ସାହାଯ୍ୟରେ ଏକ ପାତ୍ରରେ ବାହାର କରି ରଖନ୍ତୁ। ଏହି ଜେଲକୁ କିଛି ଦିନ ଆପଣ ଫ୍ରିଜ୍‍ରେ ମଧ୍ୟ ସାଇତିକି ରଖି ତ୍ୱଚାରେ ବ୍ୟବହାର କରିପାରିବେ।

ଜେଲ୍‍କୁ ଦୀର୍ଘଦିନ ଧରି ସତେଜ ରଖିବା ପାଇଁ ଆପଣ ଏଥିରେ ନାଚୁରାଲ ଫିଜରଭେଟିସ୍‍ ମିଶ୍ରଣ କରି ରଖିପାରିବେ। କୃତ୍ରିମ ଉପାୟରେ ତ୍ୱଚାରେ ଚମକ ଆଣିବାକୁ ଚାହୁୃଁଥିଲେ ଆଲୋଭେରା ଜେଲ ହେଉଛି ସବୁଠୁ ଭଲ ଉପାଦାନ ଯାହାକୁ ବ୍ୟବାହାର କରି ତ୍ୱଚାରେ ଚମକ ଆଣିପାରିବେ। ଡାଇବେଟିସ ରୋଗୀମାନେ ଆଲୋଭେରା ଜେଲକୁ ଜୁସ କରି ପିଇଲେ ରାକ୍ତରେ ଶର୍କରାର ପରିମାଣ କମ୍‍ ହୋଇଥାଏ।

Launching Ceremony of “AYUSHMAN BHARAT

Comments are closed.