ସଜେଇ ହେଲାଣି ଆରଡ଼ି ଧାମର ବାବା ଆଖଣ୍ଡଳମଣି ଙ୍କ ମନ୍ଦିର

୨୧ରେ ମହାଶିବରାତ୍ରି

ସମୟ ଲାଇଭ,୧୮/୨(ଉମାକଲ୍ୟାଣ ମହାପାତ୍ର): ଚଳିତ ମହାଶିଵରାତ୍ରୀ ବା ଜାଗର ଯାତ୍ରା ସଜେଇ ହେଲାଣି ପ୍ରସିଦ୍ଧ ଶୈବପୀଠ ଆରଡ଼ି ର ବାବା ଆଖଣ୍ଡଳମଣି ମନ୍ଦିର । ମୁଖ୍ୟ ମନ୍ଦିର ସମେତ ପାର୍ଶ୍ୱ ମନ୍ଦିରରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚି ଥିବା ବେଳେ ତୋରଣ, ଆଲୋକ ସଜ୍ଜା ଆଦି କାର୍ଯ୍ୟ ଆଗେଇଚାଲିଛି ।  ଲକ୍ଷାଧିକ ଭକ୍ତମାନେ ଯେପରି ବାବାମଣି ଙ୍କୁ ଭଲ ଭାବେ ଦର୍ଶନ କରି ପାରିବେ ଓ ପୂଜା କରିପାରିବେ ସେଥି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ଜାଗର ରେ ମନ୍ଦିରର ନୀତିକାନ୍ତି ଯେପରି ସୁଚାରୁ ରୂପେ ସମାପନ ହେବ ସେଥି ପାଇଁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଏପରିକି ପ୍ରଥା ଅନୁଯାଇ ଜାଗର ଯାତ୍ରା ଦିନ ଭୋର ୪ଟାରେ ମନ୍ଦିରଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, କନିକା ରାଜା ଙ୍କ ପହିଲି ଘର୍ଷଣ ଭୋଗ ଲାଗି କରାଯିବା ପରେ ଭୋର ପାଞ୍ଚଟା ରେ ପାଳିଆ ସେବାୟତ ଙ୍କ ପାଖରୁ ଖେଚୁଡ଼ି ଅନ୍ନନୀତି ଲାଗି ହେବା ପରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ଲାଗି ରାତି ୧ଟା ପର୍ଯ୍ୟନ୍ତ ସାହାଣ ମେଲା କରାଯିବ । ସନ୍ଧ୍ୟା ୬ରୁ ରାତି ୧୨ମଧ୍ୟରେ ଚାରି ପ୍ରହର ନୀତି ସମାପନ ହେବ । ରାତି ୧ଟା ରେ ବାବା ଆଖଣ୍ଡଳମଣି ଙ୍କ ସୁନାବେଶ ଓ ରାତି ସାଢ଼େ ୪ଟା ରେ ମହାଦୀପ ମନ୍ଦିର ଚୁଡା କୁ ଉଠିବ । ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ୩ଶହ ରୁ ଅଧିକ ପୋଲିସ ମୁତୟନ ହେବେ ।

Comments are closed.