ବେୟାର ଗ୍ରିଲ୍‌ସ ସୋରେ ଅଜୟ

0

ମୁମ୍ବାଇ: ସେପ୍‌ଟେମ୍ବର ୧୩: ଥଲାଇବା ରଜନୀକାନ୍ତ ଏବଂ ବଲିଉଡ୍‌ ଖିଲାଡୀ ଅକ୍ଷୟ କୁମାରଙ୍କ ପରେ ଏବେ ସିଂଘମ ଷ୍ଟାର ଅଜୟ ଦେବଗନ ନିଜର ଦୁଃସାହସିକ ଦକ୍ଷତା ପ୍ରଶଂସକଙ୍କୁ ଦେଖାଇବାକୁ ଯାଉଛନ୍ତି । ଖୁବଶୀଘ୍ର ଅଜୟ ଦେବଗନ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଇଣ୍ଟୁ ଦ ୱାଇଲï ୱିଥ୍‌ ବେୟର ଗ୍ରିଲ୍‌ସ’ରେ ନଜର ଆସିବେ । ଏହାର ଏକ ସ୍ୱତନ୍ତ୍ର ଏପିସୋଡରେ ଅଜୟ ଦେବଗନ ସାମିଲ ହେବେ ବୋଲି ଜଣାପଡ଼ିଛି । ବେୟର୍‌ ଗ୍ରିଲସଙ୍କ ସହ ୫୨ ବର୍ଷୀୟ ଅଜୟ ମାଲଦ୍ୱୀପରେ ଏହି ଲୋକପ୍ରିୟ ସୋର ଏକ ଅଧ୍ୟାୟର ସୁଟିଂ କରିବେ । ଏସମ୍ପର୍କରେ ସୋର ନିର୍ମାତା ସୂଚନା ଦେଇଛନ୍ତି । ଏନେଇ ଅଜୟ ମାଲଦ୍ୱୀପ ଗସ୍ତ ସମୟର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଆଉ ଜଣେ ବଲିଉଡ୍‌ ସେଲିବ୍ରେଟି ମଧ୍ୟ ଏହି ସ୍ପେଶାଲ ଏପିସୋଡରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ବୋଲି ବେୟର ଗ୍ରିଲସ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ଖୁଲାସା କରିଛନ୍ତି । ହେଲେ ଅଜୟଙ୍କ ବ୍ୟତୀତ ଆଉ କିଏ ଏଥିରେ ଭାଗ ନେଉଛନ୍ତି, ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ । ଅଜୟଙ୍କ ପୂର୍ବରୁ ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଇଣ୍ଟୁ ଦ ୱାଇଲï ୱିଥ୍‌ ବେୟର ସୋରେ ଅଂଶଗ୍ରହଣ କରି ନିଜର ସର୍ଭାଇଭଲ ସ୍କିଲ୍‌କୁ ଦର୍ଶକଙ୍କୁ ଦେଖାଇଛନ୍ତି । ଅକ୍ଷୟ କୁମାର ଏବଂ ରଜନୀକାନ୍ତ କର୍ଣ୍ଣାଟକର ବାନ୍ଦିପୁର ଜାତୀୟ ଉଦ୍ୟାନ ଏବଂ ଟାଇଗର ରିସର୍ଭରେ ସୁଟିଂ କରିଥିଲେ । ଇଣ୍ଟୁ ଦ ୱାଇଲï ୱିଥ୍‌ ବେୟର ଗ୍ରିଲ୍‌ସ ଏକ ସର୍ଭାଇଭଲ ସ୍କିଲ ରିୟାଲିଟି ସୋ, ଯେଉଁଥିରେ ପ୍ରସିଦ୍ଧ ବ୍ରିଟିଶ ସର୍ଭାଇଭଲ ଏବଂ ସାହସୀ ବେୟର୍‌ ଗ୍ରିଲ୍‌ସଙ୍କ ସହ ଜଙ୍ଗଲ ଭ୍ରମଣ କରିଥିବା ଅନେକ ଭାରତୀୟ ସେଲିବ୍ରେଟି ସାମିଲ ଅଛନ୍ତି । ବର୍ଷ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେୟର୍‌ ଗ୍ରିଲ୍‌ସଙ୍କ ସୋ ମ୍ୟାନ୍‌ ଭର୍ସେସ୍‌ ୱାଇଲïର ଏକ ଏପିସୋଡର ଅଂଶ ହୋଇଥିଲେ ।

Leave A Reply

Your email address will not be published.