ଏଜି ଛକରେ ନିଆଁ

ସମୟ ଲାଇଭ ,୧/୪; ରାଜଧାନୀ ଭୁବନେଶ୍ୱରର ଏଜି ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ | ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ଗାଡି ପହଁଚିଥିବା ବେଳେ ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ | ଏଜି ଛକସ୍ଥିତ ଭେଣ୍ଡିଂ ଜୋନରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି | ପ୍ରଥମେ ୩ ଟି ଦୋକାନ ଓ ପରେ ପରେ ଅନ୍ୟ ଦୋକାନ ଗୁଡିକୁ ନିଆଁ ବ୍ୟାପିଯାଇଥିଲା | ତେବେ ଦୀର୍ଘ ୮ ଦିନ ଧରି ଲକ ଡାଉନ କାରଣରୁ ଦୋକାନ ଗୁଡିକ ବନ୍ଦ ରହିଥିବାବେଳେ କେଉଁ କାରଣରୁ ନିଆଁ ଲାଗିଛି ତାହାର କାରଣ ଜଣା ପଡ଼ିନାହିଁ | ତେବେ ଅଧିକ ବିପଦ ଆଶଙ୍କାରେ ଏଜି ଛକ ନିକଟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିଦିଆ ଯାଇଛି | ଦୋକାନ ଗୁଡିକ ବନ୍ଦ ରହିଥିବାରୁ ପାଣି ଭିତରକୁ ଯାଇପାରୁନାହିଁ | ତେଣୁ ନିଆଁ ଲିଭାଇବା କଷ୍ଟ ହୋଇପଡିଛି |

Comments are closed.