ସ୍ୱାମୀଙ୍କ ସହ ଦୂର ସମ୍ପର୍କରେ ରାଧିକା

0

ମୁମ୍ବାଇ: ସେପ୍‌ଟେମ୍ବର ୭: ନିଜର ବିନ୍ଦାସ ଅନ୍ଦାଜ ଓ ନିଖୁଣ ଅଭିନୟ ପାଇଁ ଅଭିନେତ୍ରୀ ରାଧିକା ଆପଟ୍ଟେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ଖୁବ୍‌ କମ ସମୟରେ ସେ ଏକ ଭଲ ଅଭିନେତ୍ରୀ ଭାବେ ବି ଟାଉନ୍‌ରେ ଜାଗା ବନାଇ ସାରିଛନ୍ତି । ସିନେମା ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଥାଆନ୍ତି । ବ୍ୟକ୍ତିଗତ ଜୀବନରେ ସେ ନେଇଥିବା କିଛି ନିଷ୍ପତ୍ତି ତାଙ୍କୁ ଟ୍ରେଣ୍ଡ୍‌ରେ ରଖିଥାଏ । ତେବେ ନିଜ ବ୍ୟକ୍ତିଗତ ଜୀବନକୁ ଲାଇମ୍‌ ଲାଇଟ୍‌ରୁ ଦୂରରେ ରଖନ୍ତି ଏହି ଅଭିନେତ୍ରୀ । ସେ ନିଜ ସ୍ୱାମୀ ବେନେଡିକଫ ଟେଲରଙ୍କ ସହିତ ବିବାହ ପରେ ମଧ୍ୟ ଲଙ୍ଗ ଡିନ୍ସାସ ରିଲେସନ୍‌ସିପ୍‌ରେ ଅଛନ୍ତି । ତେବେ ଏହା କେତେକଙ୍କୁ ଅଡୁଆ ଲାଗିଲେ ମଧ୍ୟ ସତ । ସେ ୨୦୧୨ରେ ବିବାହ କରିଥିଲେ । ତେବେ ଏହି ସମୟରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରୁଥିଲେ । ତେଣୁ ସେ ନିଜ ବିବାହ ଖବର ସମସ୍ତଙ୍କଠାରୁ ଲୁଚେଇ ରଖିଥିଲେ । ଅନେକ ଦିନ ପର୍ଯ୍ୟନ୍ତ କେହି ଜାଣିନଥିଲେ କି ରାଧିକା ବିବାହିତ । ରାଧିକା ଓ ତାଙ୍କ ସ୍ୱାମୀ ଦୁଇଜଣ ଯାକ ନିଜ କ୍ୟାରିୟରକୁ ଅଧିକ ପ୍ରାଧାନ୍ୟ ଦେଇ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସେମାନେ ସହମତିରେ ଲଙ୍ଗ ଡିନ୍ସାସ ରିଲେସନ୍‌ସିପ୍‌ରେ ରହିଥିଲେ । ରାଧିକା ନିଜ ସ୍ୱାମୀଙ୍କୁ ବର୍ଷରେ ମାତ୍ର ୧୨ ଥର ଦେଖା ହୁଅନ୍ତି ବୋଲି ଜଣାପଡିଛି । ରାଧିକା ମତରେ ଏଥିପାଇଁ ଅଧିକ ଖର୍ଚ୍ଚ ସହ ତାଙ୍କ ଜୀନବଶୈଳୀ ଉପରେ ପ୍ରଭାବ ପଡିଥାଏ ହେଲେ ସେମାନେ ଏହାକୁ କୌଣସି ପ୍ରକାରରେ ଚଳାଇଥାଆନ୍ତି । କାରଣ ରାଧିକାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ଦେଖା ହେବା ପାଇଁ ପ୍ରତି ୨ମାସରେ ଥରେ ଲଣ୍ଡନ ଯିବାକୁ ହୋଇଥାଏ । ରାଧିକାଙ୍କ ସ୍ୱାମୀ ଏକ ସଙ୍ଗୀତକାର ହୋଇଥିବା ବେଳେ ଲଣ୍ଡନରେ ରୁହନ୍ତି । ତେବେ ଏହା ତାଙ୍କ କ୍ୟାରିୟର ପାଇଁ ବେଶ୍‌ ଉପଯୋଗୀ ବୋଲି ରାଧିକା ମତ ଦେଇଛନ୍ତି । ଆଗକୁ ତାଙ୍କର ମୋନିକା ଓ ମାଇ ଡାର୍ଲିଙ୍ଗ ସିନେମା ଆସିବାକୁ ଥିବା ବେଳେ ଏହା ପୂର୍ବରୁ ରାତ ଅକେଲି ସିନେମାରେ ସେ ନଜର ଆସିଥିଲେ ।

Leave A Reply

Your email address will not be published.