ନାଭାଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସମୟ ଲାଇଭ,୨୦/୪: ଖୋର୍ଦ୍ଧା ଜିଲ୍ଲା ନାଭାଲ ଛକ ନିକଟ ୧୬ନଂ ଜାତୀୟ ରାଜପଥ ଠାରେ ଅଏଲ ଟ୍ୟାଙ୍କର କାରକୁ ଓଭରଟେକ କରି ରାସ୍ତା କଡରେ ରଖାଯାଇଥିବା ୬ ଗୋଟି ଅଟୋକୁ ଧକ୍କା ଦେଇଛି। ଫଳରେ ୬ ଗୋଟି ଅଟୋ ଭାଙ୍ଗିବା ସହ କାର ଭିତରେ ଥିବା ଲୋକ ମାନେ ଆହତ ହୋଇଛନ୍ତି। ସୂଚନା ଥାଉକି ଗୋଟିଏ ରାସ୍ତାରେ ଆଗ ପଛ ହୋଇ ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଉଭୟ ଛାତ୍ର ଓ ଅଏଲ ଟ୍ୟାଙ୍କର ଯାଉଥିଲେ। ଟ୍ରକ ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଥିବାବେଳେ କାରକୁ ଓଭରଟେକ କରିବାରୁ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖବର ପାଇ ବାଲୁଗାଁ ଥାନା ଅଧିକାରୀ ଓ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଛନ୍ତି। ଆହତ ମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Comments are closed.