ରାଜ୍ୟରେ ଖୋଲିବ ନୂଆ ୬ କୋର୍ଟ ତ୍ୱରିତ ହେବ ନ୍ୟାୟିକ ବ୍ୟବସ୍ଥା

ସମୟ ଲାଇଭ,୧୪/୧୧: ରାଜ୍ୟରେ ବଢିଚାଲିଛି ଅପରାଧ ଓ ବୃଦ୍ଧି ପାଉଛି ଅପରାଧ ଜନିତ ମାମଲା। ତେଣୁ ନ୍ୟାୟିକ ବ୍ୟବସ୍ଥାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ୬ ଟି ନୂଆ କୋର୍ଟ। ହାଇକୋର୍ଟଙ୍କ ପ୍ରସ୍ତାବ ଉପରେ ମୋହର ମାରି ରାଜ୍ୟରେ ଆଉ ୬ଟି କୋର୍ଟ ପ୍ରତିଷ୍ଠା କରିବାକୁ ଅନୁମତି ପ୍ରଦାନ କରିଛନ୍ତି । କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ, ଖରିଆରରେ ନୂଆ ଏଡିଜେ କୋର୍ଟ ପ୍ରତିଷ୍ଠା ହେବ । କଟକରେ ଚତୁର୍ଥ ଓ ଭଦ୍ରକରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।

Comments are closed.