କୋଣାର୍କରେ ଲକ ଡାଉନ ପ୍ରଭାବ !

ସମୟ  ଲାଇଭ, 26/2(ଦୁର୍ଗା ପ୍ରସାଦ ମହାପାତ୍ର ):ଲକ ଡାଉନ ର ପ୍ରଭାବ ଗୋପ ବ୍ଳକ ନାଗପୁର ବଜାରରେ ଅନୁଭୁତ ହୋଇଛି । ଦୋକାନୀ ଙ୍କୁ ସଚେତନ କରାଇଲେ ପ୍ରଶାସନିକ ଅଧିକାରୀ। ପୁରୀ ଜିଲ୍ଲା ନାଗପୁର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବାରୁ ଏଠାରେ ବହୁ ଗହଳି ଦେଖିବାକୁ ମିଳିଥାଏ। କିନ୍ତୁ ଗତକାଲି ଠାରୁ ଆଜିର ସ୍ଥିତି ପରିବର୍ତ୍ତନ ହୋଇଛି । ବଜାର ରେ ଗ୍ରୋରୀ ଓ ପରିବା ଦୋକାନ କୁ ଛାଡିଦେଲେ ସମସ୍ତ ଦୋକାନ ବନ୍ଦ ରହିଛି।ଯେଉଁ ମାନେ ସରକାର ନିୟମ କୁ ନମାନି ବଜାରକୁ ଆସୁଛନ୍ତି ତାଙ୍କୁ ତାଗିଦ କରିବା ସହ ସଚେତନ କରାଉଛନ୍ତି ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀ। କିପରି ବ୍ୟବସାୟୀ ମାନେ ବ୍ୟବସାୟ କରିବା ସମୟରେ ସାମାଜିକ ଦୂରତା ଗ୍ରହଣ କରିବା ସହ ଲୋକ ମାନଙ୍କୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରେଇବେ ସେସବୁକୁ ତହସିଲଦାର ନିଜେ ଦୋକାନ ଦୋକାନ ବୁଲି ଚକ ଖଡି ରେ ଗୋଲ କରି ଲୋକମାନଙ୍କୁ ସେହି ଗୋଲ ମଧ୍ୟରେ ଠିଆ ହୋଇ ଜିନିଷ ପତ୍ର କିଣାବିକା କରିବା ପାଇଁ ସଚେତନ କରାଉଥିବା ଦେଖିବାକୁ ମିଳିଛି। ନାଗପୁର ବଜାର ବ୍ୟବସାୟ ର ପେଣ୍ଠସ୍ଥଳ ହୋଇଥିବାରୁ ପ୍ରତିଦିନ ବହୁ ବ୍ୟବସାୟୀ ଓ ଗ୍ରାହକ ଏଠାକୁ ଜିନିଷ କିଣାବିକା କରିବାକୁ ଆସନ୍ତି। ତେଣୁ ସଚେତନତା ଅବଲମ୍ବନ ନକଲେ କରୋନା ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ବ୍ୟବସାୟୀ ମାନଙ୍କୁ ସଚେତନ କରାଇବା ସହ ସ୍ଥାନେ ସ୍ଥାନେ ବ୍ୟାନର ଲଗାଇ ଲୋକମାନଙ୍କୁ ଅଧିକ ରୁ ଅଧିକ ସଚେତନ କରାଇବାକୁ ଗୋପ ଥାନା IIC କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.