ବଢ଼ିବ ଇଣ୍ଟରନେଟ୍ ସ୍ପିଡ । ଜାଣନ୍ତୁ କେମିତି ?

ଦିଲ୍ଲୀ: ସଞ୍ଚାର ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଇସ୍ରୋ ଲଞ୍ଚ କରିବାକୁ ଯାଉଛି ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ । ଏହି ଉପଗ୍ରହଟି ଜାନୁୟାରୀ ୧୭ ତାରିଖରେ ଲଞ୍ଚ ହେବ । ଏହି ଉପଗ୍ରହ ଲଞ୍ଚ ହେବାପରେ ଦେଶରେ ନୂଆ ଇଣ୍ଟରନେଟ୍ ଟେକ୍ନୋଲୋଜି ଆସିବା ନେଇ ବାଟ ଫିଟିବ । ଏପରିକି ଯେଉଁ ସ୍ଥାନକୁ ଏଯାଏଁ ଇଣ୍ଟରନେଟ ସୁବିଧା ପହଂଚି ପାରିନି ସେ ସ୍ଥାନରେ ସହଜରେ ମୋବାଇଲ ନେଟୱାର୍କ ସେବା ପଂହଚି ପାରିବ ।
ଏହି ଜି-ସାଟ ୩୦ ଉପଗ୍ରହ ୧୭ ତାରିଖ ୨ଟା ୩୫ ମିନିଟ୍ରେ ଇସ୍ରୋ ପକ୍ଷରୁ ଛଡାଯିବ । ଏହାର ଓଜନ ପ୍ରାୟ ୩୧୦୦ କିଲୋଗ୍ରାମରୁ ଅଧିକ ହେବ । ଏହା ଇନ୍ସାଟ୍ ସାଟେଲାଇଟ୍ ସ୍ଥାନରେ କାମ କରିବ । ଏବେ ଦେଶରେ ଜିସାଟ୍ ସିରିଜ୍ର ୧୪ଟି ସାଟେଲାଇଟ ମହାକାଶରେ କାମ କରୁଛି । ଏହି ସାଟେଲାଇଟ୍ ଗୁଡ଼ିକ ପାଇଁ ଦେଶରେ ସଂଚାର ବ୍ୟବସ୍ଥା ଜାରି ରହିଛି ।
ଏହି ଉପଗ୍ରହଟି ଲଞ୍ଚ ହେବା ପରେ ଆଗାମୀ ୧୫ବର୍ଷ ଯାଏଁ ମହାକାଶରେ ଭାରତ ପାଇଁ କାମ କରିବ । ଏହି ଉପଗ୍ରହ ସଂଚାର ପ୍ରଣାଳୀ, ଟେଲିଭିଜନ ନେଟୱାର୍କ, ପାଣିପାଗ ସୂଚନା, ବିଭିନ୍ନ ପ୍ରାକୃତିକ ଦୁର୍ବିପାକର ଆଗୁଆ ସୂଚନା ଇତ୍ୟାଦି କାର୍ଯ୍ୟରେ ଯୋଗଦାନ ଦେବ । ଏଥିରେ ଥିବା ଦୁଇଟି ସୋଲାର ପ୍ୟାନେଲ ଓ ବ୍ୟାଟେରୀ ରହିଥିବା ହେତୁ ଏହା ସୋ÷ରଶକ୍ତି ଦ୍ୱାରା ପରିଚାଳିତ ହେବ । ଦେଶରେ ଅପ୍ଟିକାଲ ଫାଇବର ତାର ବିଛାଯିବା ପରେ ଏହି ଅତ୍ୟାଧୁନିକ ଜ୍ଞାନକୋ÷ଶଳ ସମ୍ପନ୍ନ ସାଟେଲାଇଟ ଏହାର ସମସ୍ତ ଆବଶ୍ୟକତା ପୂରଣ କରିବ ।

Comments are closed.