7 ଜିଲ୍ଲାର 40 କରୋନା ଆକ୍ରାନ୍ତ ଚି଼ହ୍ନଟ

ସମୟ ଲାଇଭ, 6/4: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 40 ରେ ପହଁଚିଛି | ମାର୍ଚ୍ଚ 24 ତାରିଖରେ ଦୁବାଇରୁ ଫେରିଥିବା ଜଣେ 32 ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି | ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅଟନ୍ତି |

ତେବେ ରାଜ୍ୟର 7 ଟି ଜିଲ୍ଲାରେ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି | ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ 32 ଜଣ,  ଭଦ୍ରକ ଜିଲ୍ଲାର 3 ଜଣ,  ସେହିପରି ଯାଜପୁର,କଳାହାଣ୍ଡି,ପୁରୀ, କଟକ ଓ କେନ୍ଦ୍ରାପଡ଼ା ଜଣେ ଜଣେ ବ୍ୟକ୍ତି ଚି଼ହ୍ନଟ ହୋଇଛନ୍ତି |

ସେହିପରି ଖୋର୍ଦ୍ଧା ଜିଲ୍ଲାର ଚି଼ହ୍ନଟ ସମସ୍ତ 32 ଜଣ ବ୍ୟକ୍ତି ଭୁବନେଶ୍ୱରର ବମିଖାଲ, ସୂର୍ଯ୍ୟାନଗର,କପିଲପ୍ରସାଦ ଅଞ୍ଚଳର ଅଟନ୍ତି |

Comments are closed.