ଶପଥ ଗ୍ରହଣକଲେ ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି

ସମୟ ଲାଇଭ,୨୭/୪: ଜଷ୍ଟିସ ମହମ୍ମଦ ରଫିକ୍‍ ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ଲୋକ ସେବା ଭବନରେ ଆୟୋଜିତ ଏକ ସଭାରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଜଷ୍ଟିସ୍‍ ରଫିକ୍‍ଙ୍କୁ ପଦ ଓ ଗୋପନୀୟନାର ଶପଥ ପାଠ କରାଇଛନ୍ତି। ଶପଥପାଠ ସମୟରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଥାଉ କି, ଜଷ୍ଟିସ୍‍ ରଫିକ୍‍ଏହା ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ। ୨୦୧୯ ନଭେମ୍ବର ୧୩ ରେ ସେ ଏହି ପଦରେ ରହିଥିଲେ। ଏହାପୂର୍ବରୁ ୨୦୦୬ରେ ସେ ରାଜସ୍ଥାନ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେହିପରି ରାଜସ୍ଥାନ ହାଇକୋର୍ଟରେ ସେ ଦୁଇଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
ଜଷ୍ଟିସ୍‍ ମହମ୍ମଦ ରଫିକ୍‍ଙ୍କ ପୂର୍ବରୁ ଜଷ୍ଟିସ୍‍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତଥିଲେ। ସେ ୨୦୧୮ ଅଗଷ୍ଟ ୧୨ରୁ ୨୦୨୦ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ପଦରେ ନିଯୁକ୍ତ ଥିଲେ।

Comments are closed.