କାର୍ତ୍ତିକ ପୂର୍ଣ୍ଣିମା

ସମୟ ଲାଇଭ୍‍,୧୨/୧୦: ଆଜି ପବିିତ୍ର କାର୍ତ୍ତିକ ପୂର୍ଣ୍ଣିମା। ସୁର୍ୟ୍ୟୋଦୟ ପୂର୍ବରୁ ଲୋକାରଣ୍ୟ ହୋଇଉଠିଛି ନଦୀ ଘାଟ, ପୋଖରୀ କୂଳ ଓ ସବୁ ଦେବ ମନ୍ଦିରମାନ। ଶ୍ରଦ୍ଧାଳୁ ମାନେ ହୁଳହୁଳି, ଶଙ୍ଖନାଦରେ ପରିବେଶ ଗୁଞ୍ଜରିତ ହେବାସହ ସଭିଙ୍କମନରେ ଭକ୍ତିଭାବ ଦେଖିବାକୁ ମିଳିଛି। ଓଡିଆ ପରମ୍ପରାରେ କଦଳୀପଟୁକାରେ ଡଙ୍ଗା କରି ଜଳାଶୟରେ ଭସାଇବାର ବିଶେଷ ମହତ୍ତ୍ୱ ରହିଛି। ଦୀପ ଜଳାଇ ବିଭିନ୍ନ ଶସ୍ୟ , ପାନଗୁଆ, ଫୁଲ ଆଦି ଏହି ହାତ ତିଆରି ଡ଼ଙ୍ଗାରେ ରଖି ଖୁବ୍‍ ଆନନ୍ଦ ର ସହିତ ବିଭିନ୍ନ ଜଳାଶୟରେ ଭସାଯାଇଥାଏ। ଆ କା ମା ବୋଇ …….. ଗାନ କରି ନିଜର ବୋଇତକୁ ମେଲାଣି ଦେଇଥା’ନ୍ତି। ଏହି ମନୋହରା ଦୃଶ୍ୟକୁ ନଦୀକୂଳରେ ଥାଇ ଆବାଳବୃଦ୍ଧ ବନିତା ଉପଭୋଗ କରିଥା’ନ୍ତି। ରାଜ୍ୟର ଅନେକ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ବୋଇତ ଭସାଇ ଭକ୍ତ ମାନେ ମନ୍ଦିର ଯାଇ ଦେବାଦେବୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି। ଚର୍ତୁଦିଗରୁ ନାମ ସଂକୀର୍ତ୍ତନ ମଧ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ।

କାର୍ତ୍ତିକମାସର ଅନ୍ତିମ ଦିନରେ ଶ୍ରୀ ଜଗନ୍ନାଥ ସୁନାବେଶରେ ଦର୍ଶନ ଦେଇଥା’ନ୍ତି। ଏହି ଅନନ୍ୟ ପରମ୍ପରା ମନକୁ ଶାନ୍ତି ପ୍ରଦାନ କରିଥାଏ।

Comments are closed.