୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ସମୟ ଲାଇଭ୍‍,୩୦/୧୧: ମେକ୍ ଇନ୍ ଓଡ଼ିଶାର ଅଷ୍ଟମ ପର୍ୟ୍ୟାୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଭିଡ଼ିଓ କନଫରେନ୍ସିଂ ଜରିଆରେ ୫ଟି ପ୍ରକଳ୍ପର ଉଦଘାଟନ ଓ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି । ୧୧ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା କରାଯିବ ।ସେହି ପ୍ରକଳ୍ପରେ ପାଖାପାଖି ୮,୯୩୯ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।

ଭିତ୍ତିପ୍ରସ୍ତର ଦିଆଯାଇଥିବା ୨୨ଟି ଶିଳ୍ପରେ ୬୧୦୦ କୋଟି ନିବେଶ ହେବ । ୧୨,୧୪୨ ଜଣ ଯୁବକଯୁବତୀ ନିଯୁକ୍ତି ପାଇବେ ।
ସୂଚନା ଥାଉ କି, ଆସନ୍ତା ୨୦୨୦ରେ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଚାଲିବ ଏହି କନକ୍ଲେଭ । ଏନେଇ ଆଜି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ।

ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୂର ଓଡିଶା ଚଳଚ୍ଚିତ୍ର ସୁଟିଂର ହବ୍ ହେବ। ଏନେଇ ଆଜି ଓଡିଶା ଚଳଚ୍ଚିତ୍ର ନିଗମର ସ୍ୱତନ୍ତ୍ର ୱେବସାଇଟ୍ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନାର ସମ୍ପ୍ରସାରଣ ହେବ । ଏଥିରେ ୧୯୯୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଯାଜପୁରରେ ଇ-ଭେଇକିଲ୍ ଆସେମ୍ବଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଶ୍ରୀସିମେଣ୍ଟ ଓଡିଶାରେ କାରଖାନା କରିବ ବୋଲି ଜଣାପଡିଛି ।

Comments are closed.