ପିଠିରେ ୨୨୫ ଦସ୍ତଖତ ଟାଟୁ

0

ଆମେରିକା: ସେପ୍‌ଟେମ୍ବର ୧୫: ଦୁନିଆରେ ଏପରି ଲୋକ ଅଛନ୍ତି, ଯେଉଁମାନଙ୍କୁ ଟାଟୁ କରିବାକୁ ଭଲ ପାଇଥାନ୍ତି । ହେଲେ ଏମାନଙ୍କୁ ମଧ୍ୟରୁ କେତେଜଣ ନିଜର ଅଜବ ସଉକ କାରଣରୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇପାରନ୍ତି । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯିଏ ନିଜ ଶରୀରରେ ଟାଟୁ କରି ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଆଜିକାଲିର ଯୁବପିଢି ଶରୀରରେ ଅଜବ ଧରଣର ଟାଟୁ କରିବାକୁ ପସନ୍ଦ କରିଥାନ୍ତି । ସେହିପରି ଫ୍ଲୋରିଡାର ଜଣେ ଯୁବକ ନିଜ ପିଠରେ ଏପରି ଟାଟୁ କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଫଙ୍କି ମାଟାସ୍‌ ନାମକ ଜଣେ ଯୁବକ ନିଜ ପିଠରେ ୨୨୫ରୁ ଅଧିକ ଲୋକଙ୍କ ଦସ୍ତଖତର ସ୍ଥାୟୀ ଟାଟୁ ତିଆରି କରିଛନ୍ତି । ଯାହା ତାଙ୍କୁ ଆଜି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଫଙ୍କି ନିଜେ ମଧ୍ୟ ଟାଟୁ ଆର୍ଟିଷ୍ଟ । ତାଙ୍କର ଅଜବଗଜବ ସଉକ ପାଇଁ ସେ ୱାଲïର୍ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ସେ ନିଜ ସାଙ୍ଗସାଥୀଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟ ଏବଂ ପାଖ ପଡ଼ୋଶୀଙ୍କର ଦସ୍ତଖତ ନିଜ ପିଠରେ କରିଛନ୍ତି । ଏପରିକି ପ୍ରସିଦ୍ଧ ଟାଟୁ ଆର୍ଟିଷ୍ଟ ଏବଂ ସେଲିବ୍ରେଟିଙ୍କର ଅଟୋଗ୍ରାଫର ଟାଟୁ ମଧ୍ୟ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ମାଟାସ୍‌ଙ୍କ ଶରୀରରେ ୨୨୫ରୁ ଅଧିକ ଟାଟୁ କରାଯାଇଛି, ଯେଉଁଥିରେ ମାର୍ବଲ କମିକ୍ସର ଷ୍ଟେନ୍‌ ଲି, ୱିଲ୍‌ ସ୍ମିଥ, ଏଲିଜାହ, ମାଇକଲ ଫକ୍ସ, ମାଇକ ଟାଏସନ, ଉସୈନ ବୋଲଫ ପରି ବଡ଼ ବଡ଼ ନାମ ସାମିଲ ରହିଛି ।

Leave A Reply

Your email address will not be published.