୧ ଜିବି ଡାଟା ପୁଣି ୧ ଟଙ୍କାରେ

ନୂଆଦିଲ୍ଲୀ,୩୧/୧: ୧ ଜିବି ଡାଟା ସେ ପୁଣି ମାତ୍ର ଏକ ଟଙ୍କାରେ। କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ତେବେ ଏତେ ଶସ୍ତା ଡାଟା କଥା ଉଠିଲେ ଆପଣ ଭାବୁଥିବେ ଏହା କେବଳ ରିଲାନ୍ସ ଜିଓ ହିଁ ହୋଇଥିବ। କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ଭୁଲ। ରିଲାନ୍ସ ଜିଓକୁ ଟକ୍କର ଦେବା ପାଇଁ ବଜାରକୁ ଓହ୍ଲାଇଛି ଆଉ ଏକ କମ୍ପାନୀ। ଆଉ ସେହି କମ୍ପାନୀ ହେଉଛି ୱାଇ-ଫାଇ-ଡବା। ତେବେ ଏହି କମ୍ପାନୀ ଏବେ ୧ ଜିବି ଡାଟା ଯୋଗାଇବ ମାତ୍ରା ୧ଟଙ୍କାରେ। ସେହିପରି ପୂର୍ବରୁ ଏହି କମ୍ପାନୀଟି ୧ ଜିବି ଇଣ୍ଟରନେଟ ଡାଟା ୨୦ ଟଙ୍କାରେ ଯୋଗାଉଥିଲା। ଯାହାକୁ ନେଇ ଏହି କମ୍ପାନୀଟି ବେଶ ଚର୍ଚ୍ଚାରେ ମଧ୍ୟ ରହିଛି। ଏହି ପ୍ଲାନରେ କମ୍ପାନୀ ଏବେ କିଛି ଟା ପରିବର୍ତ୍ତନ କରିଛି। ଜିଓ ଦେଉଥିବା ଡାଟା ଅଫରକୁ ଆହୁରି କମ ମୂଲ୍ୟରେ ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଥିବା କମ୍ପାନୀ ଦେଉଥିବା ଅଫରର ସବୁଠାରୁ କମ ମୂଳ୍ୟ ରହିଛି ୧ ଟଙ୍କା। ଅର୍ଥାତ ମାତ୍ର ୧ଟଙ୍କା ଦେଇ ଆପଣ ଇଣ୍ଟରନେଟ ବ୍ୟବହାର କରିପାରିବେ। ସେହିପରି ୧୦ ଟଙ୍କରେ ୫ ଜିବି ଡାଟା ମିଳୁଥିବା ବେଳେ ୨୦ଟଙ୍କାରେ ମିଳୁଛି ୧୦ ଜିବି ଡାଟା। ହେଲେ ଏହି ଅଫରଗୁଡିକର ବୈଧତା ରହିଛି ମାତ୍ର ୨୪ ଘଣ୍ଟା। ତେବେ ସବୁଠାରୁ ଗୁରୁତ୍ୱପୂଣ୍ଣ କଥା ହେଲା ୱାଇଫାଇ ଡବାର ଏହି ଅଫର ଗ୍ରାହକମାନେ ସ୍ଥାନୀୟ ଚା ଏବଂ ଛୋଟ ଛୋଟ ଦୋକାନମାନଙ୍କରେ ପାଇପାରିବେ। କିନ୍ତୁ ବର୍ତ୍ତମାନ ଏହି ଅଫର କମ୍ପାନୀ କେବଳ ବେଙ୍ଗାଲୁରୁରେ ହିଁ ଉପଲବ୍ଧ କରାଯାଇଛି। ଯଦି ଆପଣ ଏହି ଅଫରର ଲାଭ ଉଠାଇବା ପାଇଁ ଚାହୁଛନ୍ତି ତେବେ ପ୍ରଥମେ ଭାଉଚର କିଣବେ। ପରେ ଏହି ଭାଉଚରକୁ ସ୍କାର୍ଚ କରି ସେଥିରେ ଦିଆଯାଇଥିବା କୋର୍ଡକୁ ଡାଏଲ କରିବେ। ଏହାକୁ କରିବା ଫଳରେ କମ୍ପାନୀର ପେଜ ଖୋଲିଯିବ। ସେଠାରେ ଆପଣଙ୍କୁ ଲଗ ଇନ ଆଇଡି ଓ ପାସୱାର୍ଡ ଦେଇ ଇଣ୍ଟରନେଟର ସୁବିଧା ଉଠାଇପାରିବେ। ଡାଟା ସରିବା ପରେ ଏହା ଆପେ ଆପେ ଲଗ ଆଉଟ ହୋଇଯିବ।

Comments are closed.