ଗୋଟିଏ ଶ୍ରେଣୀଗୃହରେ ପଢୁଛନ୍ତି ୫ ଶ୍ରେଣୀର ୫୫ ପିଲା

ସମୟ ଲାଇଭ,୨୪/୨: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ସୋଗ୍ଲାନ ପାଲଟିଛି ପ୍ରହସନ । ଗୋଟିଏ ଗୃହ ରେ ପଢୁଛନ୍ତି ପାଞ୍ଚଟି ଶ୍ରେଣୀ ର ଛାତ୍ର ଛାତ୍ରୀ। ଭଙ୍ଗା ଶ୍ରେଣୀ ଗୃହ ପାଲଟିଛି ମରଣଯନ୍ତା । ସରକାର ଙ୍କ ନାହଁ ଆନ୍ତରିକତା । ଭଙ୍ଗା ଶ୍ରେଣୀ ଗୃହରେ ଗଢା ହେଉଛନ୍ତି ଦେଶର ଭବିଷ୍ୟତ ।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ର ଗରଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ବଡଵେତରା ପଞ୍ଚାୟତ ର ଭାରିଗୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟଟି ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ହେଲେ ଅପାରଗ ଗଣଶିକ୍ଷା ବିଭାଗ ଓ ବେପରୁଆ ଶିକ୍ଷା ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏହି ବିଦ୍ୟାଳୟଟି ଏବେ ଜରାଜୀର୍ଣ୍ଣ ହୋଇ ପଡ଼ିଛି । ଗୋଟିଏ ଶ୍ରେଣୀ ଗୃହ ରେ ପଢୁଛନ୍ତି ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ପାଞ୍ଚ ଟି ଶ୍ରେଣୀ ର ୫୫ ଜଣ ଛାତ୍ରଛାତ୍ରୀ । ଗୋଟିଏ ଶ୍ରେଣୀ ରେ ଶିକ୍ଷକ ଶିକ୍ଷୟିତ୍ରୀ ‌ପଢାଇଲେ ସବୁ ଶ୍ରେଣୀର ଛାତ୍ର ଛାତ୍ରୀ ‌ସେହି ପାଠ ପଢୁଥିବା ବେଳେ ଆଉ କେତେବେଳେ ଛାତ୍ର ଛାତ୍ରୀ ବାହାରେ ବସିବାକୁ ବା ଖେଳିବାକୁ ପଡୁଛି ।
ଖାଲି ସେତିକି ନୁହେଁ ପରୀକ୍ଷା ସମୟରେ କେଉଁ ଛାତ୍ର ଛାତ୍ରୀ କେଉଁଠି ବସିବେ ‌ତାକୁ ନେଇ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପଡୁଛନ୍ତି ହରଡ଼ଘଣାରେ । ଏତିକିରେ ଛାତ୍ର ଛାତ୍ରୀ ମାନଙ୍କ ଦୁଃଖ ‌ସରୁନାହି । ପାଞ୍ଚଟି ଶ୍ରେଣୀ କୁ ମାତ୍ର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଜଣେ ପଢାଇଲେ ଅନ୍ୟ ଜଣେ ‌ଶିକ୍ଷକ ବା ଶିକ୍ଷୟିତ୍ରୀ ଙ୍କୁ ବସିବାକୁ ପଡୁଛି । ଶିକ୍ଷକ ଶିକ୍ଷୟିତ୍ରୀ ଅଭାବରୁ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର କୁ ଠେଲି ହୋଇଯାଇଛି । ଖାଲି ଏତିକି ନୁହେଁ ଭଙ୍ଗା ଶ୍ରେଣୀ ଗୃହକୁ ଭଙ୍ଗା ନଯାଇ ଥିବାରୁ ଏହି ଶ୍ରେଣୀ ଗୃହ ପାଲଟିଛି ମରଣଯନ୍ତା । କେତେବେଳେ କେଉଁ କୋମଳମତି ଶିଶୁ ର ଜୀବନ ରେଖା ଲିଭିଵ ତାହା ଇଶ୍ଵର ଜାଣିଛନ୍ତି । ହେଲେ ଏଥିପ୍ରତି କାହାର ନିଘା ନଥିଲା ପରି ମନେ ହେଉଛି । ଏବେ ସରକାର ଗୋଟିଏ ‌ ଶ୍ରେଣୀ ଗୃହ ପାଇଁ ‌ଯେତିକି‌ ଟଙ୍କା ମଞ୍ଜୁର କରିଥିଲେ ତାହା ସମୁଦ୍ର କୁ ଶଙ୍ଖେ ପରି ଯାହାକି ଅଧାଗଢା ହୋଇ ପଡ଼ିଛି ।
ତେବେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ କହିବା ଅନୁଯାୟୀ ଏବେ ସରକାର ୯୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ହେଲେ ବିଦ୍ୟାଳୟ ର ପରିଚାଳନା କମିଟି ର ବୈଠକ ଡାକିଥିଲେ ଵି‌ କିଛି ସଭ୍ୟ ସଭ୍ୟା ଅନୁପସ୍ଥିତି ଥିବା ରୁ ସେହି ଟଙ୍କା ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ପାରି ନାହିଁ । ତେବେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ସହ ସହିତ ଶ୍ରେଣୀ ଗୃହ ଅଭାବ ବିଷୟରେ ଉପସ୍ଥିତ ଅଧିକାରୀ ମାନଙ୍କୁ ଜଣାଇଛନ୍ତି । ହେଲେ ଅଦ୍ୟାବଧି ଏହାର ସମାଧାନ ଦିଗରେ କୋୖଣସି‌ ପଦକ୍ଷେପ ବା ସୂଚନା ମିଳିନାହିଁ ।
ତେବେ ଦେଖିବାକୁ ବାକି ରହିଲା କେଉଁଦିନ ସରକାର ଏହି ସମ୍ବେଦନଶୀଳ ସମସ୍ୟା ଉପରେ କେତେ ଆନ୍ତରିକତା ରଖି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Comments are closed.