ସହଯୋଗୀଙ୍କ ସୁରକ୍ଷା ଓ ଗ୍ରାହକଙ୍କୁ ସୁରକ୍ଷିତ ଡେଲିଭରି ପାଇଁ ନିଜ ପରିଚାଳନାରେ ୧୦୦ଟି ପରିବର୍ତନ ଆଣିଛି ଆମାଜନ୍ ଇଣ୍ଡିଆ
ନୂଆଦିଲ୍ଲୀ: May 19: ଏହାର ଆସୋସିଏଟ, କର୍ମଚାରୀ, ପାର୍ଟନର୍ ଓ ଗ୍ରାହକମାନଙ୍କ ସୁରକ୍ଷା ଏବଂ ଏହାର ବିଲ୍ଡିଂ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା ଓ ଗ୍ରାହକଙ୍କ ଲାଗି ସୁରକ୍ଷିତ ଡେଲିଭରି ସୁନିଶ୍ଚିତ କରିବା ପାଇଁ ଆମାଜନ୍ ଇଣ୍ଡିଆ ଏହାର ପରିଚାଳନାରେ ୧୦୦ଟି ପରିବର୍ତନ ଆଣିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ଆମାଜନ୍ ଇଣ୍ଡିଆ ଫୁଲ୍ଫିଲମେଂଟ୍ ସେଂଟର୍, ସର୍ଟେସନ୍ ସେଂଟର୍ ଓ ଡେଲିଭରି ଷ୍ଟେସନ ଆଦି ସମସ୍ତ ପରିଚାଳନା ସାଇଟ୍ଗୁଡିକରେ ଯୋଗାଯୋଗର ନୂତନ ଫର୍ମାଟ୍, ପ୍ରକ୍ରିୟା ପରିବର୍ତନ, ନୂତନ ପ୍ରଶିକ୍ଷଣ ପ୍ରକ୍ରିୟା ଓ ବିଭିନ୍ନ ନୀତି ପରିବର୍ତନ ମାଧ୍ୟମରେ ନିଜର କାର୍ଯ୍ୟକୁ ସଜାଡିଛି ।
ସମସ୍ତ ସହଯୋଗୀମାନଙ୍କ ପାଇଁ ସାଇଟ୍ଗୁଡିକରେ ଓ ଡେଲିଭରି ପାଇଁ ବାହାରକୁ ଯିବା ସମୟରେ ମୁହଁରେ ପିନ୍ଧିବା ପାଇଁ ଫେସ୍ ମାସ୍କ ଉପଲବ୍ଧ କରିବାଠାରୁ ଆରମ୍ଭ କରି ଭୂମିକା ଉପରେ ନିର୍ଭର କରି ଅତିରିକ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣର ବ୍ୟବହାର କରିବା ଓ ଭାରତରେ ପରିଚାଳନା ସମୟରେ ତାପମାତ୍ରା ଯାଂଚକୁ କାର୍ଯ୍ୟକାରୀ କରିବା ଭଳି କିଛି ପ୍ରମୁଖ ପରିବର୍ତନ ଅଛି ଯାହାକୁ ଏବେ ସାମାଜିକ ଦୂରତା ଓ ସୁରକ୍ଷିତ ଡେଲିଭରି ନିଶ୍ଚିତ କରିବା ପାଇଁ ଆମାଜନ ଇଣ୍ଡିଆ କାର୍ଯ୍ୟକାରୀ କରୁଛି ।
ସହଯୋଗୀ ଯୋଗାଯୋଗ ଓ ପ୍ରଶିକ୍ଷଣ:
ଆମାଜନ ଇଣ୍ଡିଆ ଏହାର ଅଭ୍ୟାସଗୁଡିକୁ ପରିବର୍ତନ କରିଛି ଯାହାଫଳରେ ଟିମ୍ଗୁଡିକ ସବୁବେଳେ ନିଜ ସହକର୍ମୀଙ୍କଠାରୁ ଏକ ସୁରକ୍ଷିତ ଦୂରତା ବଜାୟ ରଖିପାରିବେ । ଏଥିରେ ଅନ୍ଗ୍ରାଉଣ୍ଡ ମିଟିଙ୍ଗ୍କୁ ଭର୍ଚୁଆଲ ଷ୍ଟାଣ୍ଡଅପ୍କୁ ସିଫ୍ଟ କରିବା, ପବ୍ଲିକ୍ ଆଡ୍ରେସ୍ ସିଷ୍ଟମଗୁଡିକର ଉପଯୋଗ କରିବା ଘୋଷଣାମାନ କରିବା, କ୍ୟାବ୍ ଅକ୍ୟୁପାନ୍ସି ପଲିସି ପରିବର୍ତନ, ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରବେଶ ପଥରେ ସେଫ୍ଟି ଆମ୍ବାସାଡର୍ଙ୍କୁ ନିଯୁକ୍ତ କରିବା ଆଦି ସାମିଲ ରହିଛି । ଗୋଟିଏ ସ୍ଥାନରେ ସହଯୋଗୀମାନଙ୍କ ଏକତ୍ର ହେବାକୁ ଏଡାଇବା ପାଇଁ, ବିଭିନ୍ନ ପ୍ରଶିକ୍ଷଣଗୁଡିକୁ ଅନ୍ଲାଇନ୍ ସେସନ୍ କିମ୍ବା ଆପ୍ ଆଧାରିତ ମିଟିଙ୍ଗ୍ରେ ପରିବର୍ତନ କରାଯାଇଛି । ବ୍ୟକ୍ତିଗତ କୋଚିଙ୍ଗ୍ ସେସନ୍ସକୁ ମିଟିଙ୍ଗ୍ ରୁମ୍ କ୍ଷମତା ହ୍ରାସ କରାଯାଇ ଓ ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖାଯାଇ କେବଳ ଜଟିଳ ମାମଲାଗୁଡିକ ପାଇଁ ସୀମିତ ରଖାଯାଇଛି ।
ବ୍ରେକ୍ ଟାଇମ୍ ଓ ସାଧାରଣ ଅଂଚଳ:
ଆମାଜନ ଇଣ୍ଡିଆ ଏକ ଅତିରିକ୍ତ ସୁରକ୍ଷା ମାନକ ଭାବେ ଏହାର ସହଯୋଗୀମାନଙ୍କ ପାଇଁ ସିଫ୍ଟ ଆରମ୍ଭ ସମୟ ଓ ବ୍ରେକ୍ ସମୟକୁ ପରିବର୍ତନ କରିଛି । କ୍ୟାଂଟିନ୍ ଓ ସାଧାରଣ ଅଂଚଳଗୁଡିକରେ ସର୍ବାଧିକ ସ୍ଥାନକୁ ହ୍ରାସ କରାଯାଇଛି ଏବଂ ବ୍ରେକ୍ ରୁମ୍ରେ ଥିବା ଟେବୁଲଗୁଡିକୁ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିସ୍ତାର କରାଯାଇଛି । ସମସ୍ତ ସାଧାରଣ ଅଂଚଳରେ ସାମାଜିକ ଦୂରତା ନିୟମର ପାଳନ କରିବା ପାଇଁ କ୍ୟାଂଟିନ୍ରେ ଏକ ନୂତନ ଟୋକନ୍ ସିଷ୍ଟମ, ସ୍ନାକ୍ ଷ୍ଟେସନ୍ଗୁଡିକରେ ୨ଟି ଟ୍ରେ ପ୍ରକ୍ରିୟା, ୨ ମିଟର ଦୂରତାରେ ୱାଟର୍ ଡିସ୍ପେନ୍ସର୍ ଓ ଭେଣ୍ଡିଙ୍ଗ୍ ମେସିନ୍ଗୁଡିକୁ ରଖିବା ଆଦି ବ୍ୟବସ୍ଥା ଲାଗୁ କରାଯାଇଛି ।
ପ୍ରକ୍ରିୟା ପ୍ରବାହ ପରିବର୍ତନ:
କାର୍ଯ୍ୟ କ୍ଷେତ୍ରରେ ଥିବା ସହଯୋଗୀମାନଙ୍କ ପାଇଁ ବିଭିନ୍ନ ପରିଚାଳନାଗତ ପ୍ରକ୍ରିୟାଗୁଡିକୁ ପରିବର୍ତନ କରାଯାଇଛି । ସାମାଜିକ ଦୂରତା ନିୟମର ଅନୁପାଳନ କରି ସର୍ବନିମ୍ନ ୨ ମିଟର ଦୂରତାର ନିଶ୍ଚିତ କରିବା ପାଇଁ ଏଥିରେ ସାମଗ୍ରୀଗୁଡିକୁ ଉଠାଇବା, ପ୍ୟାକ୍ ଓ ବ୍ୟାଗ୍ କରିବା ଉପାୟଗୁଡିକରେ ପରିବର୍ତନ ଆଦି ସାମିଲ ରହିଛି । ଏକ ସମୟରେ କେବଳ ଜଣେ ବ୍ୟକ୍ତିଙ୍କୁ ଉତ୍ପାଦର ଲୋଡ୍/ଅନ୍ଲୋଡ୍ କରିବା ପାଇଁ ଅନୁମତି ଦିଆଯାଇଛି ଏବଂ ଡ୍ରାଇଭର୍ ଓ ଡ଼େଲିଭରୀ ସହଯୋଗୀମାନଙ୍କ ପହଂଚିବା ସମୟକୁ ସମ୍ପୃକ୍ତ ସ୍ଥାନରେ ଭିଡ ଏଡାଇବା ପାଇଁ ପରିବର୍ତନ କରାଯାଇଛି । ଡେଲିଭରି ସମୟରେ ଏବେ ସହଯୋଗୀମାେ କଂଟାକ୍ଟଲେସ୍ ଡେଲିଭରି କରିବେ ଏବଂ କୌଣସି ପ୍ରକାରର ଶାରୀରିକ ଯୋଗଯୋଗକୁ ଏଡାଇବା ପାଇଁ ଅର୍ଡର୍କୁ ଗ୍ରାହକଙ୍କ ଘର ଦ୍ୱାରରେ ରଖିବେ ।
ପରିବର୍ତନ ହୋଇଥିବା ନୀତି:
ସହଯୋଗୀ ନେଟ୍ୱର୍କ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ ନୀତିରେ ପରିବର୍ତନନ କରାଯାଇଛି । ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଷ୍ଟେସନରେ ତାପମାତ୍ରା ସ୍କ୍ରିନିଙ୍ଗ୍ ଓ ସମସ୍ତ ସାଇଟ୍ଗୁଡିକରେ ମୁହଁରେ ଫେସ୍ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବିଭିନ୍ନ ଷ୍ଟେସନ୍ରେ ସହଯୋଗୀଙ୍କ ପାଇଁ ତାପମାତ୍ରାର ସେଲ୍ଫ-ସ୍କ୍ରିନିଙ୍ଗ ପାଇଁ କିଓସ୍କ ଇନ୍ଷ୍ଟଲ କରାଯାଇଛି । ଉନ୍ନତ ଧାଡି ପରିଚାଳନା ପାଇଁ ୨ ମିଟର ଦୂରତାକୁ ଉଲ୍ଲେଖ କରିବା ଲାଗି ସମସ୍ତ ସାଇଟ୍ରେ ଚଟାଣରେ ଭର୍ଚୁଆଲ ମାର୍କିଙ୍ଗ୍ କରାଯାଇଛି । ଆସୋସିଏଟ୍ ମାନଙ୍କୁ ଏବେ ଫ୍ୟାସିଲିଟି ଭିତରକୁ ମୋବାଇଲ ଫୋନ୍ ଆଣିବା ପାଇଁ ଅନୁମତି ଦିଆଯାଇଛି, ଯାହାଫଳରେ ସେମାନେ ନିଜ ପରିଜନଙ୍କ ସହ ସମ୍ପର୍କରେ ରହିପାରିବେ । ସାମାଜିକ ଦୂରତା ବଜାୟ ରଖିବା ପାଇଁ କର୍ମଚାରୀ ପରିବହନନ ନୀତିରେ ପରିବର୍ତନ କରାଯାଇଛି । କୌଣସି ପ୍ରକାରର ସମ୍ଭାବ୍ୟ ମାମଲାକୁ ଚିହ୍ନଟ କରିବା ପାଇଁ ସମସ୍ତ କଂଟ୍ରାକ୍ଟରଙ୍କ ପାଇଁ ଆତ୍ମ-ଘୋଷଣା ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଛି ।
ସ୍ୱଚ୍ଛତା ଓ ପରିମଳ:
ସମସ୍ତ ସାଇଟ୍ଗୁଡିକରେ ବାରମ୍ବାର ସ୍ପର୍ଶ କରାଯାଉଥିବା ଅଂଚଳଗୁଡିକୁ ସାନିଟାଇଜ୍ କରାଯିବା ସହ ସ୍ୱଚ୍ଛତାର ଆବୃତି ଓ ତୀବ୍ରତାକୁ ବୃଦ୍ଧି କରାଯାଇଛି । ସୁରକ୍ଷିତ ଡେଲିଭରି ପାଇଁ ରୁଟ୍ର ଆରମ୍ଭ ଓ ଶେଷରେ ଡେଲିଭରି ସହଯୋଗୀମାନଙ୍କୁ ନିଜ ଯାନରେ ବାରମ୍ବାର ସ୍ପର୍ଶ କରାଯାଉଥିବା ସ୍ଥାନଗୁଡିକୁ ଓ ଡେଲିଭରି ଉପକରଣଗୁଡିକୁ ସଫା କରିବା ପାଇଁ ପରାମର୍ଶ ଦିଆଯାଇଛି । ଡେଲିଭରି ସହଯୋଗୀମାନଙ୍କୁ ସାଇଟ୍ରେ ଥିବା ସମୟରେ ବାରମ୍ବାର ନିଜ ହାତକୁ ସାବୁନ ଓ ପାଣିରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବାକୁ ଏବଂ ରୋଡ୍ରେ ଥିବା ସମୟରେ ଆଲ୍କୋହଲ୍ ଥିବା ହ୍ୟାଣ୍ଡ ସାନିଟାଇଜର କିମ୍ବା କ୍ଲିନିଙ୍ଗ୍ ଏଜେଂଟ୍ରେ ନିଜ ହାତକୁ ପରିଷ୍କାର କରିବା ପାଇଁ କୁହାଯାଇଛି । ସହଯୋଗୀମାନଙ୍କ ଡେଲିଭରି ଜ୍ୟାକେଟ୍ଗୁଡିକୁ ମଧ୍ୟ ପ୍ରତିଦିନ ଏକ ଅତିରିକ୍ତ ସୁରକ୍ଷା ମାନକ ଭାବେ ସଫା କରାଯାଉଛି ।
Comments are closed.