ନୂଆଦିଲ୍ଲୀ, ଅଗଷ୍ଟ ୨୧: ଭାରତୀୟ କ୍ରିକେଟ ଦଳର ବଦଳ ଅଲ୍ରାଉଣ୍ଡର କୁହାଯାଉଥିବା ତାମିଲନାଡୁ କ୍ରିକେଟର ବିଜୟ ଶଙ୍କରଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଏହି ଖବର ନିଜେ ଶଙ୍କର ଫଟୋ ମାଧ୍ୟମରେ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ଜଣାଇଛନ୍ତି । ଶଙ୍କର ନିଜ ଭାବି ପନିୀଙ୍କ ସମ୍ପର୍କରେ ଇନ୍ଷ୍ଟା ସବିଶେଷ ସୂଚନା ଦେଇ ନ ଥିବା ବେଳେ ତାଙ୍କ ନାମ ବୈଶାଳୀ ବିଶେ୍ୱଶ୍ୱରନ୍ ବୋଲି ଜଣାପଡ଼ିଛି । କେବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ଶଙ୍କର କୌଣସି ସୂଚନା ଦେଇନାହାନ୍ତି । ନିର୍ବନ୍ଧ ଖବର ପାଇବା ପରେ ତାଙ୍କ ନିକଟକୁ ସାଥୀ କ୍ରିକେଟର ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ସୂଚନାଯୋଗ୍ୟ ବିଜୟ ଶଙ୍କର ୨୦୧୯ ବିଶ୍ୱକପ୍ରେ ଭାରତୀୟ ଦଳର ସଦସ୍ୟ ଥିଲେ । ଇତିମଧ୍ୟରେ ଶଙ୍କର ଭାରତ ପାଇଁ ୧୨ଟି ଦିନିକିଆ ଓ ୯ଟି ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି ।
Comments are closed.