ୱେବ୍ ସିରିଜରେ ଅନୁଷ୍କା

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ୱେବ୍ ସିରିଜରେ ମଧ୍ୟ କାମ ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଡକ୍ଶନ ହାଉସ ଖୁବଶୀଘ୍ର ଏକ ଧମାକେଦାର୍ ୱେବ୍ ସିରିଜ୍ ନେଇ ଆସୁଛି।

ଅନୁଷ୍କା ନିକଟରେ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଏହି ୱେବ୍ ସିରିଜର ଏକ ଟିଜର ଶେଆର୍ କରିଛନ୍ତି। ଟିଜର ଦେଖି ଏହା ଜଣାପ଼ଡ଼ୁଛି ଯେ ଏଥିରେ ଅନେକ ଆକ୍ସନ ଏବଂ ଥ୍ରୀଲର ଦେଖିବାକୁ ମିଳିବ। ଅନୁଷ୍କା ନିଜର ପ୍ରଡକ୍ଶନ ହାଉସ ‘କ୍ଲିନ୍ ସେଲ୍ଟ ଫିଲ୍ମସ୍’କୁ ନିଜ ଭାଇ କର୍ନେଶ ଶର୍ମାଙ୍କ ସହ ମିଶି ତିଆରି କରିଛନ୍ତି। ଏହି ପ୍ରଡକ୍ଶନ ହାଉସ ‘NH-10’ ଓ ‘ପରୀ’ ଭଳି ଫିଲ୍ମ ତିଆରି କରିସାରିଛି। ବର୍ତ୍ତମାନ ଏହା ପ୍ରଥମଥର ପାଇଁ ଆମାଜନ ପ୍ରାଇମ ଅରିଜିନାଲରେ ଏକ ୱେବ୍ ସିରିଜ୍ ନେଇ ଆସୁଛି। ବର୍ତ୍ତମାନ ସୁଦ୍ଧା ଏହାର ଟାଇଟଲ୍ ଫାଇନାଲ ହୋଇନାହିଁ।

ଏହି ସିରିଜର କାହାଣୀକୁ ‘NH-10’ ଓ ‘ଉଡତା ପଞ୍ଜାବ’ ପରି ଫିଲ୍ମର ଲେଖକ ସୁଦୀପ ଶର୍ମା ପ୍ରସିଦ୍ଧ ସିରିଜ୍ ରାଇଟର୍ ହାର୍ଦ୍ଦିକ୍ ମେହେତାଙ୍କ ସହ ମିଶି ଲେଖୁଛନ୍ତି। ଏଥିରେ ଲିଡ୍ ରୋଲରେ ଜୟଦୀପ ଅହଲାବତ, ଅଭିଷେକ ବାନାର୍ଜି, ନିରଜ କବି ଓ ଗୁଲ୍ ପନାଗ ପ୍ରଭୃତି ନଜର ଆସିବେ। ତେବେ ସିରିଜର ସ୍କ୍ରିପ୍ଟ କାମ ସରିଲେ ଓ ଲକଡାଉନ୍ ଉଠିଗଲେ ଏହାର ଶୁଟିଂ ଆରମ୍ଭ ହୋଇଯିବ।

Comments are closed.