ୱାନ୍‌ ନେସନ ୱାନ୍‌ କାର୍ଡ ଘୋଷଣା କଲେ ଅର୍ଥମନ୍ତ୍ରୀ; ୮ କୋଟି ପ୍ରବାସୀ ଶ୍ରମିକ ପାଇବେ ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଶସ୍ୟ

By Papu Mohanty

ଭୁବନେଶ୍ୱର : May 14: ‘ଆତ୍ମ ନିର୍ଭର ଭାରତ ଅଭିଯାନ’ ପ୍ୟାକେଜ୍‌ରେ ପ୍ରବାସୀ ଶ୍ରମିକ, କୃଷକଙ୍କ ଉପରେ ରହିଛି ଫୋକସ୍‌ । ୱାନ ନେସନ ୱାନ କାର୍ଡ ଲାଗୁ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ । ଚଳିତ ବର୍ଷ ଅଗଷ୍ଟ ମାସ ମଧ୍ୟରେ ୨୩ଟି ରାଜ୍ୟରେ ୬୭ କୋଟି ଗୋଟିଏ ୱାନ୍‌ ନେସନ ୱାନ କାର୍ଡ ଯୋଗୁ ଦେଶର ୮୩ ପ୍ରତିଶତ ଅର୍ଥାତ ୬୭ କୋଟି ହିତାଧିକାରୀ ଲାଭବାନ ହେବେ । ସେମାନେ ଦେଶରେ ଯେଉଁ ରାଜ୍ୟ ବା ଯେଉଁ ପ୍ରାନ୍ତରେ ଥିଲେ ବି ଖାଦ୍ୟ ଶସ୍ୟ ପାଇପାରିବେ । ତେବେ ୨୦୨୧ ମାର୍ଚ୍ଚ ସୁଦ୍ଧା ଦେଶରେ ୱାନ ନେସନ୍‌ ୱାନ୍‌ ରାସନ କାର୍ଡ ଲକ୍ଷ୍ୟ ପୂରଣ ହେବ । ଦେଶରେ ୮୦ କୋଟିରୁ ଅଧିକ ରାସନକାର୍ଡଧାରୀ ଅଛନ୍ତି । ତେବେ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏଥିରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ । ପ୍ରତିବ୍ୟକ୍ତି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ମିଳିବ । ଏଥିପାଇଁ ଏହି ସୁବିଧା ପାଇଁ ସେମାନଙ୍କୁ କୌଣସି ରାସନକାର୍ଡ ଦେଖାଇବାକୁ ପଡ଼ିବ ନାହିଁ ।

Comments are closed.