୭୬ କରୋନା ଆକ୍ରାନ୍ତ ସୁସ୍ଥ; ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୨୬ ଜଣ ସୁସ୍ଥ ହେଲେଣି

ଭୁବନେଶ୍ୱର : ମେ ୩୧: ଓଡ଼ିଶାରେ ପୁଣି ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଏ ପର୍ଯ୍ୟନ୍ତ ମୋଟ ୧୧୨୬ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି l
ଆଜି ସୁସ୍ଥ ହେଇଥିବା ରୋଗୀ ଙ୍କ ମଧ୍ୟରେ, କେନ୍ଦ୍ରାପଡ଼ା ର ୧୭ ଜଣ, ଗଂଜାମ ର ୧୬ ଜଣ, ନୟାଗଡ ର ୧୧ ଜଣ, କଳାହାଣ୍ଡି ର ୧୧ ଜଣ,ଯାଜପୁର ର ୫ ଜଣ, ବାଲେଶ୍ୱର ର ୩ ଜଣ, ମୟୁରଭଞ୍ଜ ର ୩ ଜଣ, ଅନୁଗୁଳ ର ୨ ଜଣ, ଜଗତସିଂହପୁର ର ୨ ଜଣ ଏବଂ କଟକ, ଢେଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ର ଜଣେ ଲେଖାଏଁ ରୋଗୀ ସୁସ୍ଥ ହେଇଛନ୍ତି l
ଏବେ, ମୋଟ ୮୧୩ ଜଣ ଚିକିତ୍ସିତ ହେଉଛନ୍ତି l

Comments are closed.