୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ରାଜ୍ୟବାସୀ ଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଗଷ୍ଟ ୧୫: ଭୁବନେଶ୍ୱର ର ପ୍ରଦର୍ଶନୀ ପଡିଆ ରେ ପାଳିତ ହେଲା ରାଜ୍ୟ ସ୍ଥରୀୟ ସ୍ୱାଧୀନତା ଦିବସ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି I ୭୪ ତମ ସ୍ୱାଧୀନତା ଦିବସ ପାଳନ ର ପ୍ରାରମ୍ଭରେ ସେ ଓଡ଼ିଶାର ବୀରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ସହ ବୀର ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବିଗତ ୫ ମାସ ହେଲା ଆମେ କରୋନା ସହ ଲଢେଇ କରି ଚାଲିଛେ I ଏହା କେବଳ ଆମ ପାଇଁ ନୁହେଁ, ସାରା ବିଶ୍ୱ ଏବଂ ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଗୋଟିଏ ବଡ ଆହ୍ୱାନ ରୂପେ ଉଭାହେଇଛି I ଏହାର ମୁକାବିଲା ପାଇଁ ଆମକୁ ସାହସ ର ସହିତ କାମ କରିବାକୁ ପଡିବ I ‘
ରାଜ୍ୟସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାରେ କୋଭିଡ଼ ହସ୍ପିଟାଲ ଖୋଲିଛନ୍ତି I କେହି ଜଣେ ବି ଟଙ୍କା ଅଭାବରୁ କରୋନା ଚିିକିତ୍ସାରୁ ବଂଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I
ଏହି ଅବସରରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ସେ କହିଛନ୍ତି, କରୋନା ଯୋଦ୍ଧା ଙ୍କ ସେବା ପାଇଁ ସାରା ଦେଶ ତୁଳନା ରେ ଆମର ମୃତ୍ୟୁ ହାର କମ ରହିଛି। କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରାଯାଇଛି I
ସେ ଆହୁରି ମଧ୍ୟ କହିଛନ୍ତି, କରୋନା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ସେବା ପ୍ରଭାବିତ ହୋଇଛି। ଆମର ଅର୍ଥନୀତି କ୍ଷତିଗ୍ରସ୍ଥ ହେଇଛି I କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାମ କରିବାକୁ ପଡ଼ିବ।

Comments are closed.