୭ମ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ

ଭୁବନେଶ୍ୱର, ୧୭ ।୫: ବିଶ୍ୱର ବିଭିନ୍ନ ସ୍ଥାନରେ ୭ମ ଆନ୍ତର୍ଜାତିକ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି । କରୋନାକୁ ଦୃଷ୍ଟିରେ ରଖି ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଦିବସକୁ ବିଧିବଦ୍ଧ ଭାବେ ପାଳନ ନ କରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ ନିୟୋଜିତ ଥିବା କରୋନା ଯୋଦ୍ଧାମାନଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇବାକୁ ଆର୍ଟ୍‍ ଅଫ୍‍ ଗିଭିଂର ଶୁଭେଚ୍ଛୁ ଓ ଅନୁଗାମୀଙ୍କୁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ । ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ ଆଜି ଆର୍ଟ୍‍ ଅଫ୍‍ ଗିଭିଂର ସମସ୍ତ ଶୁଭେଚ୍ଛୁ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ବ୍ୟତୀତ କେତେକ ସହୃଦୟ ବ୍ୟକ୍ତି ଆଜି ବିଶ୍ୱ ତଥା ଦେଶର ବିଭିନ୍ନ ସ୍ଥାନରେ ଖାଦ୍ୟ, ମାସ୍କ, ସାବୁନ୍‍, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ସହ କରୋନା ଯୋଦ୍ଧାମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

Comments are closed.