୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡିଶା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୨୩ ହେଲା

ଭୁବନେଶ୍ୱର: ମେ ୨୯: ଆଜି ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ଓଡିଶା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୨୩ କୁ ବୃଦ୍ଧି ପାଇଛି l ଗଂଜାମ ରେ ୪ ଜଣ ନୂଆ କରୋନା ଚିହ୍ନଟ ହେଇଥିବା ବେଳେ, ବାଲେଶ୍ୱର ରେ ୩, ଖୋର୍ଦ୍ଧା ୧୨, କଟକ ରେ ୩, ପୁରୀ ରେ ଜଣେ, ନୟାଗଡ ରେ ୭ ଜଣ, ବଲାଙ୍ଗୀର ରେ ୬ ଜଣ, ଜଗତସିଂହପୁର ରେ ୧୧ ଜଣ, ସୁନ୍ଦରଗଡ ରେ ୨ ଜଣ, ମୟୁରଭଞ୍ଜ ରେ ଜଣେ, ଢେଙ୍କାନାଳ ରେ ୯ ଜଣ ଏବଂ ସମ୍ବଲପୁର, କୋରାପୁଟ, ଝାରସୁଗୁଡା ଓ ନବରଙ୍ଗପୁର ଜିଲ୍ଲା ରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
୬୩ ଜଣଙ୍କ ମଧ୍ୟରୁ, ୬୧ ଜଣ quarantine ସେଣ୍ଟର ରେ ଥିଲେ ଏବଂ ୨ ଜଣ local case l
ବର୍ତ୍ତମାନ ପର୍ଯ୍ୟନ୍ତ, ରାଜ୍ୟରେ ମୋଟ ୧୭୨୩ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୮୮୭ ଜଣ ସୁସ୍ଥ ହେଇ ସାରିଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ହେଇଛି l ବାକି ୮୨୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି l

Comments are closed.