୫ ଆଇଏଏସ୍‌ଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି

0

ଭୁବନେଶ୍ୱର : ଜୁନ ୨୭: ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍‌ କଲେକଫର ଭାବେ ନିଯୁକ୍ତି ଦିଆଯାଇଛି । ଏମାନେ ବର୍ଷକ ପୂର୍ବରୁ ପ୍ରଶିକ୍ଷଣ ଶେଷ କରି ଫେରିବାପରେ ରାଜ୍ୟ ସରକାର ସେମାନଙ୍କୁ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇଥିଲେ । ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ଟିଟିଲାଗଡ଼ ମ୍ୟୁନିସପାଲଟିର କାର୍ଯ୍ୟର୍ନିବାହୀ ଅଧିକାରୀ ଦାୟିତ୍ୱ ମଧ୍ୟ ତୁଲାଇବେ । ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ପି ଅନେ୍ୱଷା ରେzୀଙ୍କୁ ବାରିପଦା ଉପଜିଲ୍ଲାପାଳ କରାଯାଇଛି । ସେ ଅତିରିକ୍ତ ଭାବେ ବାରିପଦା ମ୍ୟୁନିସପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବେ । ସେହିପରି ପାଟିଲ ଆଶୀଷ ଈଶ୍ୱରଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ମଧ୍ୟ ବାଲେଶ୍ୱର ମ୍ୟୁନିସପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିବେ । ଟିଏସ୍‌ ଦିବାକରଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଧର୍ମଗଡ଼ ଏନଏସିର କାର୍ଯ୍ୟର୍ନିବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ହେମକାନ୍ତ ସଏଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଜୟପୁର ମ୍ୟୁନିସପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.