୪ ଦିନ ପାଇଁ ଗଜପତି ସଟଡାଉନ

0

ଭୁବନେଶ୍ୱର : ଜୁଲାଇ ୨୮:କରୋନା ସଂକ୍ରମଣ ବ୍ୟାପୁଥିବା ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ ୪ ଦିନ ପାଇଁ ଅର୍ଥାତ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ପାରଳାଖେମୁଣ୍ଡି ସହର, କାଶୀନଗର ଏନଏସି ସମେତ ବ୍ଲକ ମୁଖ୍ୟାଳୟ, ରାଣିପେଣ୍ଠ, ଝାମି, କେରାଣ୍ଡି ଓ କତଲ କଇଠା ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳକୁ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ମଙ୍ଗଳବାର ଗଜପତିରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ୪୫ରେ ପହଞ୍ଚିଛି । ୯ଜଣଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ଗଜପତି ଜିଲ୍ଲାରୁ ୮୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରୋକିବା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ସପ୍ତାହରେ ୩ଦିନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିକୁ ସଟଡାଉନ କରାଯାଇଥିଲା । ସଟ୍‌ଡାଉନ ପ୍ରଥମ ଦିନରୁ ପାରଳାଖେମୁଣ୍ଡିରେ ଇନଫ୍ରାରେଡ୍‌ ଥର୍ମୋମିଟର ଏବଂ ପଲ୍ସ ଅକ୍ସିମିଟର ମାଧ୍ୟମରେ ସ୍କ୍ରିନିଂ ଜାରି ରହିଛି ।

Leave A Reply

Your email address will not be published.