୪୮ ଘଣ୍ଟାରେ କ୍ଷୟକ୍ଷତି ରିପୋର୍ଟ; ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦେଲେ ଏସ୍‌ଆରସି

Edited by Papu Mohanty

ଭୁବନେଶ୍ୱର : May 20: ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରାରମ୍ଭିକ ବାତ୍ୟା ଅମ୍ଫାନ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହେବ । ଉକ୍ତ ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ । ଏଥିପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦିଆଯାଇଛି ।
ବୁଧବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଶ୍ରୀ ଜେନା କହିଥିଲେ, ବାତ୍ୟା ଅମ୍ଫାନ ଯୋଗୁଁ ରାଜ୍ୟରେ ଓଡ଼ିଶାରେ ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଥିଲା । ସବୁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଥିଲେ ହେଁ ୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ । ଏସବୁ ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତି କଣ ହୋଇଛି ତାର ପ୍ରାରମ୍ଭିକ ଆକଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ପକ୍ଷରୁ ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ବୋଲି ସେ ପ୍ରକାଶ କରିଥିଲେ ।

Comments are closed.