୩୬ କ୍ରିକେଟର ପାଇବେ ଅନୁଦାନ

Reported by Shakti Prakash Nanda

ଭୁବନେଶ୍ୱର: ମେ ୨୪:ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଦେବରାଜ ଗୋବିନ୍ଦରାଜଙ୍କ ସମେତ କରୋନା ମହାମାରୀ ପୀଡ଼ିତ ୩୬ ଜଣ ଅଭାବୀ ଖେଳାଳିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭାରତୀୟ କ୍ରିକେଟ୍‌ର ଆସୋସିଏସନ୍‌ (ଆଇସିଏ) ଘୋଷଣା କରିଛି । ୧୯୭୧ ଇଂଲଣ୍ଡକୁ ପରାଜିତ କରି ଐତିହାସିକ ଟେଷ୍ଟ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳର ସଦ୍ୟସ ଥିଲେ ୭୩ ବର୍ଷୀୟ ଗୋବିନ୍ଦରାଜ । ଏହି ଦ୍ରୁତ ବୋଲର ଜଣଙ୍କ ୯୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୯୦ ୱିକେଟ୍‌ ନେଇଥିଲେ । କିନ୍ତୁ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇନଥିଲେ । ଭାରତୀୟ କ୍ରିକେଟ୍‌ର ଆସୋସିଏସନ୍‌ (ଆଇସିଏ)ର ନିୟମ ଅନୁଯାୟୀ ଜଣେ ଖେଳାଳିଙ୍କୁ ସର୍ବାଧିକ ୧ ଲକ୍ଷ ଟଙ୍କା ତଥା ଅତିକମ୍‌ରେ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ଜଷ୍ଟିସ୍‌ ଲୋଧାଙ୍କ ସୁପାରିଶ ଅନୁଯାୟୀ ବିସିସିଆଇ ବର୍ଷକ ପୂର୍ବେ ଭାରତୀୟ କ୍ରିକେଟ୍‌ର ଆସୋସିଏସନ୍‌ ଗଠନକୁ ମଞ୍ଜୁରୀ ଦେଇଥିଲା । ଯାହାକି ଭାରତୀୟ, ଘରୋଇ ଏବଂ ପୂର୍ବତନ କ୍ରିକେଟ୍‌ରଙ୍କ ସ୍ଥିତି ପ୍ରତି ଦୃଷ୍ଟି ଦେଇଥାଏ । ଆଇସିଏ’ର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ଗାଭାସ୍କର, କପିଲ ଦେବଙ୍କ ସମେତ ଅନେକ ଭେଟେରାନ୍‌ଙ୍କ ସହାୟତାରେ ଆଇସିସି ପ୍ରାୟ ୬୦ ଲକ୍ଷ ଟଙ୍କା ସଂଗ୍ରହ କରି ଅଭାବୀ କ୍ରିକେଟ୍‌ରଙ୍କୁ ସାହାଯ୍ୟ କରିଛି । ଯଦି ବିସିସିଆଇ ମଧ୍ୟ ସହାୟତା କରେ ତେବେ ନିଶ୍ଚିତ ଭାବେ ଖେଳାଳିଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ପ୍ରୋସିାହନ ରାଶି ମିଳିପାରେ । ଯଦିଓ ଅନୁଷ୍ଠାନ ଚଳାଇବା ପାଇଁ ବୋର୍ଡ ପୂର୍ବରୁ ୨ କୋଟି ଟଙ୍କା ଦେଇଥିଲା । କିନ୍ତୁ ପୂର୍ବର ଅନୁଦାନ ଓ ବର୍ତ୍ତମାନର ସହାୟତା ଦୁଇଟି ପୃଥକ ବିଷୟ ।
ଆସୋସିଏସନ୍‌ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ଯେ, ଅବସରପ୍ରାପ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଏବଂ ବିଧାବାଙ୍କ ଆର୍ଥିକ ସହାୟତା ପାଇଁ ଆଇସିଏ ମୋଟ୍‌ ୫୨ଟି ଆବେଦନ (ପୁରୁଷ ଓ ମହିଳା) ଗ୍ରହଣ କରିଛି । ଆଇସିଏ’ ବୋର୍ଡର ୫ ଜଣ ସଦସ୍ୟ ୩୬ ଜଣ ଅଭାବୀ, ଅବସରପ୍ରାପ୍ତ କ୍ରିକେଟ୍‌ରଙ୍କୁ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି । ଗୋବିନ୍ଦରାଜଙ୍କ ସମେତ ଅନ୍ୟ ୭ ଜଣଙ୍କୁ ୮୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଥି ସହିତ ଉତ୍ତର ପ୍ରଦେଶ ଓ ଦିଲ୍ଲୀର ଗୋଟିଏ ବର୍ଗରେ ୨୦ ଜଣ (୧୧ ପୁରୁଷ ଓ ୯ ମହିଳା)ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବ । ତୃତୀୟ ବର୍ଗରେ ୮ ଜଣ ସ୍ଥାନ ପାଇଛନ୍ତି । ପ୍ରତ୍ୟେକଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ ।
କେଉଁ ବର୍ଗରେ କିଏ
ଏ (୧ ଲକ୍ଷ): ପୁରୁଷ- ମେହେର ସଲିମ୍‌, ତିଲକରାଜ, କାହ୍ନì ଚକ୍ରବର୍ତ୍ତୀ, ରଞ୍ଜନ ପାଲ, ଇଟି ଚେରିଆନ୍‌, ନଜାମ୍‌ ହୁସେନ, ରାଜେଶ ମଦନ, ପୱନ କୁମାର, ସୁମିତ ସୌମ, କମଲ ଜୁନେଜା, ରାଜେନ୍ଦ୍ର ଶର୍ମା ।
ମହିଳା- ରିସିଜା ମୁଦଗଲ, କିରଣ ଅନେଜା, ଜାହ୍ନଭି ଦେଶାଇ, ଭାରତୀ ଅକୋଲକର, ଚନ୍ଦ୍ରାଣୀ କମଲେ, ଉଷାରାଣୀ ବୋଗଡେ, କୃଷ୍ଣା ଦେ, ରଞ୍ଜିତା ରାଣେ, ନିଲିମା ପାଟିଲ ।
ବି’ (୮୦ ହଜାର): ପୁରୁଷ- ପିଟର ପର୍ଣ୍ଣାଣ୍ଡିଜ୍‌, ମୁକେଶ ଦେବାନ, ପି ରମେଶ, ଗୋବିନ୍ଦରାଜ, ମୀତା ଜେବୁ, କୋସଲ ଦେଓରା ।
ମହିଳା- ତନୁଜା ସାମନ୍ତ, ହରପ୍ରୀତ କୌର ।
ସି’ (୬୦ ହଜାର): ପୁରୁଷ- ମହେନ୍ଦ୍ର କୁମାର, ବାଲାଜୀ ରାଓ ।
ମହିଳା- ଶବାନା ଆଦିଲ, ନାଜିରା ବେଗମ, ସନ୍ଧ୍ୟା କର୍ମକାର, ରୀନା ଦାସ, ଶିଖା ଚାଟାର୍ଜୀ, କସ୍ମିରା ଜେନ ।

Comments are closed.