୩୦% ହ୍ରାସ ହେବ ପିଲାଙ୍କ ସିଲାବସ୍‌

ଭୁବନେଶ୍ୱର : ଅଗଷ୍ଟ ୨୬: ଏଣିକି ପିଲାଙ୍କ ପାଠ୍ୟକ୍ରମରେ ୩୦% ହ୍ରାସ କରାଯିବ । ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । କରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍କୁଲ ଓ କଲେଜ ଖୋଲା ଯାଇନାହିଁ ଓ ଶିକ୍ଷାଦାନ ମଧ୍ୟ ଆରମ୍ଭ ହୋଇପାରିନାହିଁ । କରୋନା ସଂକ୍ରମଣ ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କେବେ ସ୍କୁଲ ଖୋଲିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ । ତେବେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ ହ୍ରାସ କରିବା ପାଇଁ ସରକାର ୩୦% ପାଠ୍ୟକ୍ରମ ବା ସିଲାବସରେ ହ୍ରାସ କରିଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦% ସିଲାବସ ହ୍ରାସ କରାଯାଇଥିବା ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୩ଟି କମିଟିର ସୁପାରିଶ ଆଧାରରେ ସିଲାବସ ହ୍ରାସ କରାଯାଇଛି ।

Comments are closed.