୩୦ବର୍ଷ ପରେ କଶ୍ମୀରବାସୀ ବଡ଼ ପରଦାରେ ଦେଖିବେ ବଲିଉଡ ଫିଲ୍ମ

0

ନୂଆଦିଲ୍ଲୀ: ଜୁନ ୨୪:କାଶ୍ମିରବାସୀଙ୍କ ପାଇଁ ଖୁସି ଖବର । ପ୍ରାୟ ୩୦ ବର୍ଷ ପରେ କଶ୍ମୀରବାସୀ ବଡ଼ ପରଦାରେ ବଲିଉଡ ଫିଲ୍ମ ଦେଖିବାକୁ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ଶ୍ରୀନଗରରେ ଏକ ତିନି ମହଲା ବିଶିଷ୍ଟ ମଲଫିପ୍ଲେକ୍ସ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ମଲଫିପ୍ଲେକ୍ସ ୨୦୨୧ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି କୁହାଯାଉଛି । ୧୯୯୦ ପର ଠାରୁ ଆତଙ୍କବାଦୀ ଗତିବିଧି ପାଇଁ କଶ୍ମୀରରେ ସିନେମା ହଲଗୁଡ଼ିକ ବନ୍ଦ ରହିଛି । ଆତଙ୍କବାଦୀମାନେ ବିଭିନ୍ନ ସମୟରେ ହିଂସାକାଣ୍ଡ ଓ ଅରାଜକତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ତାହାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଆସୁଛନ୍ତି । ଘାଟିରେ ଏକ ପ୍ରକାର ଶାନ୍ତି ଫେରୁଛି ।
ତିନି ମହଳା ବିଶିଷ୍ଟ ମଲଫିପ୍ଲେକ୍ସକୁ ଫିଲ୍ମ ପରଦା ଲଗାଇବାକୁ ଅନୁମତି ମିଳି ସାରିଛି । ତେଣୁ ଆସନ୍ତା ମାର୍ଚ୍ଚରେ ଏହି ନିମାର୍ଣାଧୀନ କାମ ଶେଷ ହେବ । ଏହାପରେ ସିନେମା ହଲ ସମେତ ଅନ୍ୟ ଶୋ’ରୁମ ଆରମ୍ଭ ହୋଇଯିବ ।

Leave A Reply

Your email address will not be published.