୨୯ରେ ମାଟ୍ରିକ୍‌ ପରୀକ୍ଷା ଫଳ; ସାଢ଼େ ୧୧ଟାରେ ଦୁଇ ୱେବ ସାଇଟରେ ଉପଲବ୍ଧ

ଛାତ୍ରଛାତ୍ରୀ ଏସ୍‌ଏମ୍‌ଏସ୍‌ରେ ବି ଜାଣିପାରିବେ ଅଗଷ୍ଟ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ

0

ଭୁବନେଶ୍ୱର : ଜୁଲାଇ ୨୭: ଆଲୋଚନା ପ୍ରତିଆଲୋଚନା ପରେ ବୁଧବାର ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ର ଦୁଇଟି ୱେବ ସାଇଟ୍‌ ଏବଂ ଏସଏମଏସ୍‌ ଜରିଆରେ ମାଟ୍ରିକ୍‌ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଏବଂ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ । ଚଳିତ ଜୁଲାଇ ୨୯ ତାରିଖ ସକାଳ ସାଢେ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଫଳାଫଳ ପ୍ରକାଶିତ ହେବ । ପୂର୍ବାହ@ ୧୧.୩୦ରେ ପରେ ଦୁଇଟି େୱବସାଇଟ www.bseodisha.nic.in ଓ bseodisha.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ । ଏସଏମଏସ୍‌ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ ।
ଚଳିତବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ଏକ ହାଜର ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା । ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମେ ୨୬ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା । ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଥିଲା । ହେଲେ କିଛି ଅଞ୍ଚଳରେ ବାତ୍ୟା ଅମ୍ଫାନ ପ୍ରଭାବିତ କରିଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ପରେ ପର୍ଯ୍ୟାୟକ୍ରମରେ ଖାତା ଦେଖା ଆରମ୍ଭ ହୋଇଥିଲା । ଏଥର ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.