୨୮ରୁ ହୋଇପାରେ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ୨୮ତାରିଖରୁ  ଦୁଇ ଦିନ ଧରି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୯ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶା ମୁଖ୍ୟତ ପ୍ରଭାବିତ ହେବାର ଆଶଙ୍କା ରହିଛି ।  । ୨୬ଓ ୨୭ ତାରିଖରେ ଅନୁଗୁଳ, ସୋନପୁର, ବଲାଙ୍ଗିର, ଦେଓଗଡ଼ ଆଦି ଜିଲ୍ଲାରେ ଥଣ୍ଡା ପବନ ବୋହିବାର ସମ୍ଭାବନା ରହିଛି । ସେହିପରି ୨୯ଓ ୩୦ ତାରିଖରେ ରାଜ୍ୟର କିଛି ଅଂଶରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । କଟକ, ଅନୁଗୁଳ, ଭଦ୍ରକ ଆଦି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ଏବେ ମଧ୍ୟ ଶୀତ ଲହରି ଜାରି ରହିଛି

Comments are closed.