୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ; ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୭୭ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁନ ୧୯: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ କରାନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ୪୧ ଜଣ, ଖୋର୍ଦ୍ଧା ରୁ ୮ ଜଣ,କଟକ ରୁ ୨୦ ଜଣ, ଯାଜପୁର ରୁ ୮ ଜଣ,ବାଲେଶ୍ୱର ରୁ ୨୧ ଜଣ, ପୁରୀ ରୁ ୭ ଜଣ, ଗଜପତି ରୁ ୨୮ ଜଣ,ଜଗତସିଂହପୁର ରୁ ଜଣେ,ବଲାଙ୍ଗୀର ରୁ ୨ ଜଣ, ସୁନ୍ଦରଗଡ ରୁ ୬ ଜଣ, ମୟୁରଭଞ୍ଜ ରୁ ୩ ଜଣ, ନୟାଗଡ ରୁ ଜଣେ, ମାଲକାନଗିରି ରୁ ଜଣେ,ଅନୁଗୁଳ ରୁ ଜଣେ, କୋରାପୁଟ ରୁ ଜଣେ, ଝାରସୁଗୁଡା ରୁ ଜଣେ ଏବଂ ନବରଙ୍ଗପୁର ରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଏହା ସହିତ, ଏନଡିଆରଏଫ/ଓଡ୍ରାଫ/ଅଗ୍ନିଶମ ବିଭାଗ ର ୧୧ ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହେଇଛନ୍ତି I
ଏହି ୧୬୫ ଜଣଙ୍କ ମଧ୍ୟରୁ, ୧୪୦ ଜଣ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରୁ ଚିହ୍ନଟ ହେଇଥିବା ବେଳେ, ୨୫ ଜଣ ସ୍ଥାନୀୟ ଅଂଚଳର I
ସୂଚନା ଓ ଲୋକସମ୍ପର୍କ ବିଭାଗ ର ସୂଚନା ଅନୁସାରେ, ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୬୭୭ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.