୨୪ ଘଣ୍ଟାରେ ୧୫୬ ଜଣ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି

ଭୁବନେଶ୍ୱର: ଜୁନ ୦୧: ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଓଡ଼ିଶାରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ l ଆଜି ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ଆକ୍ରାନ୍ତ ଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି ପାଇଛି l
କେନ୍ଦ୍ରାପଡ଼ା ରେ ଆଜି ସର୍ବାଧିକ ୫୦ ଜଣ କରୋନା ରୋଗୀ ଚିହ୍ନଟ ହେଇଥିବା ବେଳେ, କଟକ ରେ ୨୦, ଗଂଜାମ ରେ ୧୭, ଯାଜପୁର ରେ ୧୧, ଜଗତସିଂହପୁର ରେ ୧୪, କନ୍ଧମାଳ ରେ ୯ ଏବଂ ଭଦ୍ରକ ରେ ୭ କରୋନା ରୋଗୀ ଚିହ୍ନଟ ହେଇଛନ୍ତି l
ସେହିଭଳି ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ,ନୂଆପଡା, ମୟୁରଭଞ୍ଜ, ବରଗଡ ଏବଂ ସୋନପୁର ରେ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
ବଲାଙ୍ଗୀର ଓ ସମ୍ବଲପୁର ରେ ଦୁଇ ଜଣ ଲେଖାଏଁ ଏବଂ ବୌଦ, କେନ୍ଦୁଝର ଓ ମାଲକାନଗିରି ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
ଏ ପର୍ଯ୍ୟନ୍ତ ରାଜ୍ୟରେ ୨୧୦୪ କରନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୧୧୨୬ ଜଣ ସୁସ୍ଥ ହେଇଛନ୍ତି ଏବଂ ବାକି ୯୬୯ ଜଣ ଚିକିତ୍ସିତ ହେଉଛନ୍ତି I

Comments are closed.