୨୪ ଘଣ୍ଟାରେ ରାଜ୍ୟରେ ୯୯୩ କରୋନା ସଂକ୍ରମିତ,୧୩୮ ଜଣ ୧୮ ବର୍ଷରୁ କମ୍‌ ବୟସର ପିଲା ସଂକ୍ରମିତ

ଭୁବନେଶ୍ୱର: ଅଗଷ୍ଟ ୧୮ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯,୦୦୮ ସ୍ୱାବ ଟେଷ୍ଟ ମଧ୍ୟରୁ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୩୮ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୧୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୯୭ ହଜାର ୧୪୬ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧, ୦୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୪୭୧ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୫୩୬ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୫ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୮୬ ଜଣଙ୍କ ମୃତୁ୍ୟ ହେଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୪୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୮, ବାଲେଶ୍ୱରରୁ ୩୦, ବରଗଡ଼ରୁ ୧୦, ଭଦ୍ରକରୁ ୧୨, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧, କଟକରୁ ୯୫, ଦେଓଗଡ଼ରୁ ୪, ଢ଼େଙ୍କାନାଳରୁ ୩୨, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୫୧ , ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୭ , କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୦,କୋରପୁଟରୁ ୧, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୪୨, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୧, ପୁରୀରୁ ୨୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୧, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୮ ଏବଂ ଷ୍ଟେଟ ପୁଲରୁ ୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.