୨୪ ଘଣ୍ଟାରେ ରାଜ୍ୟରେ ୭୨୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୧୭ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦,୭୨୭ ସ୍ୱାବ ଟେଷ୍ଟ ମଧ୍ୟରୁ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୬ ଜଣ ୧୮ ବର୍ଷ ବୟସରୁ କମ୍‌ ପିଲା ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୧ ଜଣ କ୍ୱାରେଣ୍ଟିନରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୯୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୯୬ ହଜାର ୧୫୩ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧, ୧୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୪୦୭ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୬୭୨ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୨୧ ଜଣଙ୍କ ମୃତୁ୍ୟ ହେଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୨୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଗତ ୨୪ଘଣ୍ଟାରେ ଗଜପତି ଜିଲ୍ଲାରେ କରୋନାରେ କେହି ବି ଆକ୍ରାନ୍ତ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୯, ବରଗଡ଼ରୁ ୨, ଭଦ୍ରକରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୯୧, ଦେଓଗଡ଼ରୁ ୫, ଢ଼େଙ୍କାନାଳରୁ ୧୫, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୩ , ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ୯ , କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୧,କୋରପୁଟରୁ ୩, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୨୯, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୮, ନୂଆପଡ଼ାରୁ ୨, ପୁରୀରୁ ୧୬, ରାୟଗଡ଼ାରୁ ୮, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟ ପୁଲରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.