୨୪ ଘଣ୍ଟାରେ ରାଜ୍ୟରେ ୨,୦୩୯ ସୁସ୍ଥ

ଭୁବନେଶ୍ୱର: ଜୁଲାଇ ୩୦: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫ ହଜାର ୮୬୮ ଜଣ ସ୍ୱାବ୍‌ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୧ ହଜାର ୫୫୮ ଜଣ ନୂଆ କରୋନ ରୋଗୀ ଚିହ୍ନଟ ହୋଇଛନ୍ତି ।

ନୂଆ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିଇନ୍‌ରୁ ୯୦୪ ଜଣ ରୋଗୀ ଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୫୪ ରହିଛି ।

୨୪ ଘଣ୍ଟାରେ ୨ ହଜାର ୩୯ ଜଣ କରୋନରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୯ ଲକ୍ଷ ୫୩ ହଜାର ୮୮ ଜଣ ସୁସ୍ଥ ହୋଇ ସାରିଲେଣି ।

ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୬୬ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୫ ହଜାର ୮୩୪ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ହେଲାଣି ।

ରାଜ୍ୟରେ ୨୪ ଘଣ୍ଟାରେ ଅନୁଗୁଳରୁ ୮୦, ବାଲେଶ୍ୱରରୁ ୯୭, ବରଗଡ଼ରୁ ୬, ଭଦ୍ରକରୁ ୪୨, ବଲାଙ୍ଗିରରୁ ୧୦, ବୌଦ୍ଧରେ ୩, କଟକରୁ ୨୪୧, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୨୩, ଗଜପତିରୁ -୩, ଗଞ୍ଜାମରୁ ୭, ଜଗତସିଂହପୁରୁ ୬୭, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୧୪,ଖୋର୍ଦ୍ଧାରୁ ୪୭୯, କୋରାପୁଟରୁ ୨, ମାଲକାନଗିରିରୁ ୫ , ମୟୁରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୨, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୪, ସୋନପୁରରୁ ୮ ଓ ସୁନ୍ଦରଗଡ଼ରୁ ୨୮ ଏବଂ ଷ୍ଟେଟ ପୁଲରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.