୨୪ ଘଣ୍ଟାରେ ରାଜ୍ୟରେ ୧,୧୦୭ ଜଣ କରୋନା ସଂକ୍ରମିତ ଏବଂ ୮୬୯ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୧୨: ଗତ ୨୪ ଘଣ୍ଟାରେ ୮୬୯ ଜଣ କରୋନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ମୋଟ ସୁସ୍ଥ ହେଲେଣି୯ ଲକ୍ଷ ୭୩ ହଜାର ୫୭୯ । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୮୫୩ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪, ୮୦୨ ଜଣଙ୍କର ସ୍ୱାବ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧,୧୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୧୧୦୭ଜଣଙ୍କ ମଧ୍ୟରୁ ୬୪୬ ଜଣ କ୍ୱାରେଣ୍ଟିନରୁ ଓ ୪୬୧ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୯୧ ହଜାର ୧୮୨ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ଅନ୍ୟପକ୍ଷରେ, ୨୪ ଘଣ୍ଟାରେ ରାଜ୍ୟରେ ୬୭ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୬ ହଜାର ୬୯୭ ଜଣଙ୍କ ମୃତୁ୍ୟ ହୋଇସାରିଲାଣି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରୁ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୬୬, ବରଗଡ଼ରୁ ୫, ଭଦ୍ରକରୁ ୩୬, ବଲାଙ୍ଗିରରୁ ୩, କଟକରୁ ୧୩୦, ଦେଓଗଡ଼ରୁ ୩, ଢ଼େଙ୍କାନାଳରୁ ୧୨, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫୩, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୯, କଳାହାଣ୍ଡି ଓ କନ୍ଧମାଳରୁ ୭ ଜଣ ଲେଖାଏଁ , କେନ୍ଦ୍ରାପଡ଼ାରୁ ୪୨, କେନ୍ଦୁଝରରୁ ୧୮, କୋରାପୁଟରୁ ୧, ମାଲକାନଗିରିରୁ ୧୦, ମୟୁରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୨୯, ନୁଆପଡ଼ାରୁ ୧, ପୁରୀରୁ ୨୮, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୦, ସୋନପୁରରୁ ୪ ସୁନ୍ଦରଗଡ଼ରୁ ୧୭ ଏବଂ ଷ୍ଟେଟ ପୁଲରୁ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.