୨୪ ଘଣ୍ଟାରେ ଦେଶରେ ୪୬,୭୫୯ କରୋନା ସଂକ୍ରମିତ ଓ ୫୦୯ ମୃତ

0

ଦିଲ୍ଲୀ: ଅଗଷ୍ଟ ୨୮ : ଦେଶରେ ସୁସ୍ଥତା ହାର ୯୭.୫୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଆଜି ୩୧,୩୭୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୮ ଲକ୍ଷ ୫୨ ହଜାର ୮୦୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ଦେଶରେ ୧୭୬୧୧୧୦ ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୬,୭୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୭୭୫ ରହିଛି । ଆଜି ୫୦୯ ଜଣଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୭ ହଜାର ୩୭୦ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶର ସାପ୍ତାହିକ ସଂକ୍ରମଣ ହାର ୨.୧୯ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୬୬ ପ୍ରତିଶତ ରହିଛି । ଦେଶରେ ମୋଟ ୬୧ କୋଟି ୨୯ ଲକ୍ଷ ୮୯ ହଜାର ୧୩୪ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.