୨୪ ଘଣ୍ଟାରେ ଦେଶରେ ୪୪,୬୫୮କରୋନା ସଂକ୍ରମିତ ଓ ୪୯୬ ମୃତ

0

ଭୁବନେଶ୍ୱର: ଅଗଷ୍ଟ ୨୭ : ୨୪ ଘଣ୍ଟାରେ ଦେଶରେ ୪୪,୬୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୮୯୯ ରହିଛି । ଆଜି ୪୯୬ ଜଣଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୬ ହଜାର ୮୬୧ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି । ଦେଶରେ ୨୪ ଘଣ୍ଟାରେ ସୁସ୍ଥତା ହାର ସର୍ବାଧିକ ୯୭.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଆଜି ୩୨,୯୮୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୮ ଲକ୍ଷ ୨୧ ହଜାର ୪୨୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୧୦ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୪୫ ପ୍ରତିଶତ ରହିଛି । ସେହିଭଳି ଦେଶରେ ମୋଟ ୬୧ କୋଟି ୨୨ ଲକ୍ଷ ୮ ହଜାର ୫୪୨ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.