୨୪ ଘଣ୍ଟାରେ ଦେଶରେ ୪୪,୬୪୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଅଗଷ୍ଟ ୬: ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଦେଶରେ ଏବେ ମୋଟ ସକ୍ରିୟ କରୋନା ଆକ୍ର୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୪ ହଜାର ୧୫୯ ରହିଛି ।
ସେହିପରି ୨୪ ଘଣ୍ଟାରେ ୪୬୪ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏହି ତଥ୍ୟକୁ ମିଶାଇ ଦେଶରେ ମୋଟ୍‌ କୋଭିଡଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୨୬ ହଜାର ୭୫୪କୁ ବୃଦ୍ଧି ପାଇଛି ।
୨୪ ଘଣ୍ଟାରେ ୪୧ ହଜାର ୯୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୦ ଲକ୍ଷ ୧୫ ହଜାର ୮୪୪ ଜଣ ସୁସ୍ଥ ହୋଇସାରିଲେଣି ।
ଏବେ ଦେଶରେ ସମୁଦାୟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୧୫୯ ରହିଛି । ସାପ୍ତାହିକ ପଜିଟିଭିଟି ୨.୪୧ ପ୍ରତିଶତ ରହିଥିଲାବେଳେ ଦୈନିକ ପଜିଟିଭିଟି ୨.୭୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪୯ କୋଟି ୫୩ ଲକ୍ଷ ୨୭ ହଜାର ୫୯୫ ଜଣ କରୋନା ଟିକା ନେଇସାରିଲେଣି ।

Comments are closed.