୨୪ ଘଣ୍ଟାରେ ଦେଶରେ ୩୮,୬୬୭ କରୋନା ଆକ୍ରାନ୍ତ, ୩୫,୭୪୩ ଆକ୍ରାନ୍ତ ସୁସ୍ଥ

ଦିଲ୍ଲୀ: ଅଗଷ୍ଟ ୧୪ : ଗତ କାଲି ସୁସ୍ଥତା ହାର ସର୍ବାଧିକ ୯୭.୪୬ ପ୍ରତିଶତ ଥିଲା ବେଳେ, ଗତ ୨୪ ଘଣ୍ଟାରେ ତାହା କମି ୯୭.୪୫ ପ୍ରତିଶତ ରହିଛି । ସେହିପରି ୨୪ ଘଣ୍ଟାରେ ୩୫,୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏବେ ୩ କୋଟି ୧୩ ଲକ୍ଷ ୩୮ ହଜାର ୮୮ ଜଣ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୭ ହଜାର ୬୭୩ ରହିଛି ।
ଏହାସହ ଦେଶରେ ୪୭୮ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ୍‌ ୪ ଲକ୍ଷ ୩୦ ହଜାର ୭୩୨ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି ।
ସାପ୍ତାହିତ ସଂକ୍ରମଣ ହାର ୨.୦୫ ପ୍ରତିଶତ ରହିଥିଲା ବେଳେ ଦୈନିକ ସଂକ୍ରମଣ ହାର ୧.୭୩ ପ୍ରତିଶତ ଦେଶରେ ରହିଛି । ଦେଶରେ ମୋଟ୍‌ ୫୩ କୋଟି ୬୧ ଲକ୍ଷ ୮୯ ହଜାର ୯୦୩ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
ଅନ୍ୟପକ୍ଷରେ ଦେଶରେ ନାଜାଲ ଭାକ୍‌ସିନର ପରୀକ୍ଷା ପାଇଁ ସବୁଜ ସଙ୍କେତ ମିଳିଛି । ଏହି ପ୍ରଥମ ନାଜାଲ ଭାକ୍‌ସନକୁ ଭାରତ ବାୟୋଟେକ ପ୍ରସ୍ତୁତ କରିବ । ଭାରତ ବାୟୋଟିକୁ ପ୍ରଥମ ନାଜାଲ ଭାକ୍‌ସନକୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ମିଳିଥିବା ସୂଚନା ମିଳିଛି । ଫଳରେ ଭାରତ ବାୟୋଟିକ ପକ୍ଷରୁ ଖୁବ୍‌ ଶୀଘ୍ର ଦେଶର ପ୍ରଥମ ନାଜାଲ ଭାକ୍‌ସିନ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

Comments are closed.