୨୪ ଘଣ୍ଟାରେ ଦେଶରେ ୩୬,୪୦୧ କରୋନା ସଂକ୍ରମିତ ଓ ୩୯,୧୫୭ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୧୯: ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୬,୪୦୧ ଜଣ କରୋନାରେ ସଂକ୍ରମିତ ହୋଇଥିଲାବେଳେ ୩୯, ୧୫୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୫୩୦ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି ।
ଆଜିର ସୁସ୍ଥଙ୍କ ସହ ଦେଶରେ ଏବେ ୩ କୋଟି ୧୫ ଲକ୍ଷ ୨୫ ହଜାର ୮୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଆଜିର ସଂକ୍ରମିତଙ୍କ ସହ ଦେଶରେ ୩ ଲକ୍ଷ ୬୪ ହଜାର ୧୨୯ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି ।
ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୩ ହଜାର ୪୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ସାପ୍ତାହିକ ସଂକ୍ରମଣ ହାର ୧.୯୫ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୯୪ ପ୍ରତିଶତ ଦେଶରେ ରହିଛି । ଦେଶରେ ମୋଟ ୫୬ କୋଟି ୬୪ ଲକ୍ଷ ୮୮ ହଜାର ୪୩୩ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.