୨୪ ଘଣ୍ଟାରେ ଦେଶରେ ୩୪,୪୫୭ କରୋନା ସଂକ୍ରମିତ ଓ ୩୬,୩୪୭ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୨୧ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ସାମାନ୍ୟ ହ୍ରାସ ପାଇଛିି । ୩୪,୪୫୭ ଜଣ ନୂଆ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୬୧ ହଜାର ୩୪୦ ରହିଛି । ୨୪ ଘଣ୍ଟାରେ ୩୬,୩୪୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସେହିପରି ବର୍ତ୍ତମାନ ଦେଶରେ ସୁସ୍ଥତା ହାର ୯୭.୫୪ ପ୍ରତିଶତ ରହିଛି ।
ଆଜି ୩୭୫ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୩ ହଜାର ୯୬୪ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ସାପ୍ତାହିକ ସଂକ୍ରମଣ ହାର ୧.୯୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୦୦ ପ୍ରତିଶତ ଦେଶରେ ରହିଛି । ଦେଶରେ ମୋଟ ୫୭ କୋଟି ୬୧ ଲକ୍ଷ ୧୭ ହଜାର ୩୫୦ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
ଅନ୍ୟପକ୍ଷେ, ଦେଶ କରୋନା ଟିକା ଦେବା ଅଭିଯାନରେ ଆଗେଇଛି । କରୋନା ଟିକା ଜାଇକୋଭ୍‌-ଡିକୁ ଜରୁରୀକାଳିନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) । ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଦ୍ୱିତୀୟ ଟିକା । ଏହାକୁ ମଧ୍ୟ ବିଶ୍ୱର ପ୍ରଥମ ଡିଏନ୍‌ଏଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି । ଏହି ଟିକାକୁ ୧୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଦିଆଯାଇପାରିବ ।

Comments are closed.