୨୪ ଘଣ୍ଟାରେ ଓଡ଼ିଶାରେ ୧୭୪ ଜଣ କରୋନା ସଂକ୍ରମିତ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫୧୨ ହେଲା

0

ଭୁବନେଶ୍ୱର: ଜୁନ ୧୮: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ କୁ ବୃଦ୍ଧି ପାଇଛି I
କେନ୍ଦୁଝର ରେ ୫ ଜଣ, ଯାଜପୁର ରେ ୯ ଜଣ, ନବରଙ୍ଗପୁର ରେ ୭ ଜଣ, ଖୋର୍ଦ୍ଧା ରେ ୧୦ ଜଣ, କୋରାପୁଟ ରେ ୬ ଜଣ, ମାଲକାନଗିରି ରେ ଜଣେ, ବାଲେଶ୍ୱର ରେ ୩୪ ଜଣ, କଳାହାଣ୍ଡି ରେ ୬ ଜଣ, ନୂଆପଡା ରେ ଜଣେ, କନ୍ଧମାଳ ରେ ୩ ଜଣ, ଭଦ୍ରକ ରେ ୩ ଜଣ, ଗଂଜାମ ରେ ୫୬ ଜଣ, ବୌଦ ରେ ୨ ଜଣ, ପୁରୀ ରେ ୧୬ ଜଣ, ସୁନ୍ଦେରଗଡ ରେ ୩ ଜଣ, କେନ୍ଦ୍ରାପଡ଼ା ରେ ୭ ଜଣ, ବରଗଡ ରେ ୪ ଜଣ ଏବଂ ବଲାଙ୍ଗୀର ରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଚିହ୍ନଟ ହେଇଥିବା ୧୭୪ ଜଣଙ୍କ ମଧ୍ୟରୁ, ୧୪୬ ଜଣ ସଙ୍ଗରୋଧ କେନ୍ଦ୍ର ଗୁଡିକ ରୁ ଚିହ୍ନଟ ହେଇଥିବା ବେଳେ, ୨୮ ଜଣ ସ୍ଥାନୀୟ ଅଂଚଳର I
ଗତକାଲି ସୁସ୍ଥ ହେଇଥିବା ୭୩ ଜଣଙ୍କୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩୦୪୭ ଜଣ ସୁସ୍ଥ ହେଇସାରିଲେଣି ଏବଂ ୧୪୫୧ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.